ଶ୍ରୀନଗର: ଗତରାତିରେ ଶ୍ରୀନଗର ଉପକଣ୍ଠରେ ନିରାପତ୍ତାବଳଙ୍କ ସହ ଗୁଳିବିନିମୟ କରି ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି। ନିହତ ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ଚଳିତ ମାସ ପ୍ରାରମ୍ଭରେ ଗୋଟାଏ ପୁଲିସ ବସ୍ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲେ। ପନ୍ଥଚୌକ୍ରେ ଘଟିଥିବା ଉକ୍ତ ଗୁଳି ବିନିମୟ ଘଟଣାରେ ୩ଜଣ ପୁଲିସ କର୍ମଚାରୀ ଏବଂ ଜଣେ ‘ସିଆର୍ପିଏଫ୍’ ଯବାନ ମଧ୍ୟ ଆହତ ହୋଇଛନ୍ତି।
 Image Courtesy of NDTVନିହତ ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁହୈଲ୍ ଅହମଦ୍ ରାଠର୍। ଶ୍ରୀନଗର ଉପକଣ୍ଠସ୍ଥିତ ଜେୱାନ୍ ପୁଲିସ କ୍ୟାମ୍ପ୍ ନିକଟରେ ଗୋଟାଏ ପୁଲିସ ବସ୍କୁ ହୋଇଥିବା ଆକ୍ରମଣରେ ସେ ସମ୍ପୃକ୍ତ ଥିଲେ। ଉକ୍ତ ଆକ୍ରମଣରେ ୩ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ।
 Image Courtesy of NDTVପୁଲିସ କହିଛି, ଚଳିତ ମାସ ପ୍ରାରମ୍ଭରେ ଜମ୍ମୁ ଓ କଶ୍ମୀରରେ ସଶସ୍ତ୍ର ପୁଲିସ କର୍ମଚାରୀଙ୍କୁ ନେଇ ଯାଉଥିବା ବସ୍ ଉପରେ ହୋଇଥିବା ଭୟାବହ ଆକ୍ରମଣରେ ସମ୍ପୃକ୍ତ ସମସ୍ତ ଆତଙ୍କବାଦୀଙ୍କୁ ଏହି ଅଭିଯାନରେ ନିପାତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୩୬ ଘଣ୍ଟାରେ ଏହା ଥିଲା ତୃତୀୟ ଏନ୍କାଉଣ୍ଟର୍ ଏବଂ ଏଥିସହ ନିହତ ଆତଙ୍କବାଦୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/4-Terrorists-Died-on-Encounter-in-Srinagar_Thumbnail.jpg)