ଜମ୍ମୁ-କଶ୍ମୀରର ଅବନ୍ତୀପୋରାରେ ସୁରକ୍ଷାକର୍ମୀଙ୍କ ସହ ଏନ୍‌କାଉଣ୍ଟର୍‌ରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କଶ୍ମୀରର ଅବନ୍ତୀପୋରାରେ ସୁରକ୍ଷା ବଳ ପକ୍ଷରୁ କମ୍ବିଂ ଅପରେସନ୍ ଚାଲୁଥିବା ବେଳେ ଏନ୍‌କାଉଣ୍ଟର୍‌ରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଅବନ୍ତୀପୋରାର ଟ୍ରାଲ୍‌ ଅଞ୍ଚଳର ମାନ୍ଦୋରାଠାରେ ଏହି ଏନ୍‌କାଉଣ୍ଟର୍‌ ହୋଇଥିବା ସୂଚନା ରହିଛି। ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସୁରକ୍ଷା ବଳର ଏହି ଯୁଗ୍ମ ଅପରେସନ୍‌ ସମୟରେ ଲୁଚି ରହିଥିବା ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ଯବାନଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ଦୁଇ ପକ୍ଷର ଗୁଳିଚାଳନା ଭିତରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ମଧ୍ୟ ପୁଲିସ୍‌ ଓ ସୁରକ୍ଷା ବଳ ପକ୍ଷରୁ ଏହି ଅପରେସନ୍‌ ଜାରି ରହିଛି।

ସମ୍ବନ୍ଧିତ ଖବର