ଜମ୍ମୁ-କଶ୍ମୀର: ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ କୁଲଗାମର ରେଡୱାନି ଅଞ୍ଚଳରେ ସୁରକ୍ଷା ବାହିନୀ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ସର୍ଚ୍ଚ ଅପରେସନ୍ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା ଯାହା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିଥିଲା। ଆତଙ୍କବାଦୀଙ୍କ ମୃତଦେହ ଏବେ ସୁଦ୍ଧା ଚିହ୍ନଟ କରାଯାଇ ଉଦ୍ଧାର କରାଯାଇନାହିଁ।
ଏପ୍ରିଲ୍ ୨୮ ତାରିଖରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇ ଭିଲେଜ ଡିଫେନ୍ସ ଗାର୍ଡ (ଭିଡିଜି) ନିହତ ହେବା ପରେ ମେ ୧ ତାରିଖରେ ସୁରକ୍ଷା ଏଜେନ୍ସି ଆତଙ୍କବାଦୀଙ୍କର ଦୁଇ ଗୋଷ୍ଠୀକୁ ଟ୍ରାକ୍ କରିବା ପାଇଁ କାଠୁଆ ଜିଲ୍ଲାରେ ସର୍ଚ ଅପରେସନ ଜାରି କରିଥିଲା।
ଚୋଚରୁ ଗାଲା ହାଇଟ୍ସର ଦୂର ପାନାରା ଗ୍ରାମରେ ଏହି ଏନକାଉଣ୍ଟର ହୋଇଥିଲା। ଏପ୍ରିଲ୍ ୨୯ ତାରିଖରେ ଆଡିସ୍ନାଲ୍ ଡାଇରେକ୍ଟର ଜେନେରାଲ୍ ଅଫ୍ ପୁଲିସ୍ (ଜମ୍ମୁ ଜୋନ୍) ଆନନ୍ଦ ଜୈନ୍ କହିଛନ୍ତି ଯେ ନିକଟରେ ସୀମାରୁ ଅନୁପ୍ରବେଶ କରିବା ପରେ ଦୁଇ ଗୋଷ୍ଠୀ ଆତଙ୍କବାଦୀ ଏହି ଅଞ୍ଚଳରେ ଉପସ୍ଥିତ ଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Untitled-26.jpg)