ଶ୍ରୀନଗର: ଜମ୍ମୁ-କଶ୍ମୀରର ସୋପିଆନାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ନୁହଁ, ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମଙ୍ଗଳବାର ସକାଳୁ ଜଣେ ଲସ୍କର-ଇ-ତୋଇବାର ଆତଙ୍କବାଦୀ ନିପାତ ହୋଇଥିବା ଖବର ହସ୍ତଗତ ହୋଇଥିଲା। ଏବେ ଜାଣିବାକୁ ମିଳିଛି ୩ ଜଣ ଆତଙ୍କୀ ସଫା ହୋଇଛନ୍ତି। ତେବେ ଆହୁରି ଜଣେ ଆତଙ୍କବାଦୀ ଏବେ ବି ଲୁଚି ରହିଛି ବୋଲି ସନ୍ଦେହ କରାଯାଉଛି।
ପ୍ରଥମେ ଏହି ଏନକାଉଣ୍ଟର କୁଲଗାମରୁ ଆରମ୍ଭ ହୋଇଥିଲା ଏବଂ ପରେ ସୋପିଆନର ଏକ ଜଙ୍ଗଲ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥିଲା। ସେନା ଏବଂ ପାରାମିଲିଟାରୀର ସୁରକ୍ଷା କର୍ମୀମାନେ ପ୍ରାୟ ଦୁଇ ଘଣ୍ଟା ଧରି ଆତଙ୍କବାଦୀଙ୍କ ସହିତ ଲଢ଼େଇ କରିବା ପରେ ଏହି ସଫଳତା ପାଇଛନ୍ତି। ଏକ ଗୁପ୍ତ ସୂଚନା ପରେ ସୁରକ୍ଷା ବାହିନୀ ଆତଙ୍କବାଦୀମାନଙ୍କୁ ଖୋଜିବା ଆରମ୍ଭ କରିଥିଲା ଓ ପାଇବା ମାତ୍ରକେ ସେମାନଙ୍କୁ ଏନ୍କାଉଣ୍ଟର୍ କରି ଦିଆଯାଇଥିଲା।
OPERATION KELLER
— ADG PI - INDIAN ARMY (@adgpi) May 13, 2025
On 13 May 2025, based on specific intelligence of a #RashtriyasRifles Unit, about presence of terrorists in general area Shoekal Keller, #Shopian, #IndianArmy launched a search and destroy Operation. During the operation, terrorists opened heavy fire and fierce… pic.twitter.com/KZwIkEGiLF
ଭାରତୀୟ ସେନା ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛି ଯେ ‘‘୨୦୨୫ ମେ ୧୩ ତାରିଖରେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ସୋପିଆନର ସୋକାଲ କେଲର ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଜାଣିବାକୁ ମିଳିଲା। ଭାରତୀୟ ସେନା ଏକ ସନ୍ଧାନ କରି ଧ୍ୱଂସ ଅଭିଯାନ ଆରମ୍ଭ କରିଥିଲା। ଅଭିଯାନ ସମୟରେ ଆତଙ୍କବାଦୀମାନେ ପ୍ରବଳ ଗୁଳିଚାଳନା କରିଥିଲେ ଏବଂ ଭୟଙ୍କର ଗୁଳିବିନିମୟ ହୋଇଥିଲା। ଯାହାଫଳରେ ତିନି ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅଭିଯାନ ଏବେ ବି ଜାରି ରହିଛି।"