ଶ୍ରୀନଗର : ଶ୍ରୀନଗର ନରବଲ୍ ଚୌକ୍ ସ୍ଥିତ ଲାଲେପୋରା ଅଞ୍ଚଳରେ ଆଜି ସିଆରପିଏଫ୍ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଜଣେ ଯବାନ ସହିଦ ହୋଇଛନ୍ତି। ନାକା ପଏଣ୍ଟ୍ ନିକଟରେ ସ୍କୁଟରରେ ୩ ଜଣ ଆତଙ୍କବାଦୀ ଆସି ସିଆରପିଏଫ୍ ସଦସ୍ୟଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ସିଆର୍ପିଏଫ୍ର ଜାବାବୀ କାର୍ଯ୍ୟାନୁଷ୍ଠାନରେ ୨ ଜଣ ଆତଙ୍କବାଦୀ ଘଟଣା ସ୍ଥଳରେ ହିଁ ନିହତ ହୋଇଥିବାବେଳେ ଅନ୍ୟ ଜଣେ ଆତଙ୍କବାଦୀର ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ସହିଦ ହୋଇଥିବା ଯବାନ ହେଉଛନ୍ତି କନେଷ୍ଟବଳ ଜିଡି ରମେଶ ରଂଜନ। ୩୦ ବର୍ଷୀୟ ରଂଜନ ବିହାରର ଆରା ବାସିନ୍ଦା। ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ଜମ୍ମୁ କାଶ୍ମୀର ପୁଲିସ ଡିଜି ଦିଲବାଗ୍ ସିଂହ କହିଛନ୍ତି, ଆତଙ୍କବାଦୀମାନେ କାଶ୍ମୀରର ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର ଏବଂ ସେମାନେ ମିଳିତ ଭାବେ ସୁରକ୍ଷାବାହିନୀ ଉପରେ ଆକ୍ରମଣ ଯୋଜନା କରିଥିଲେ। ନିପାତ ହୋଇଥିବା ୩ ଆତଙ୍କବାଦୀ ହେଲେଏଲ୍ଇଟିର ଜିଆ ଉଲ୍ ରେହମନ୍, ଅନ୍ୟଜଣେ ହିଜବୁଲ୍ ମୁଜାହିଦ୍ଦିନର ଖତିବ ଏବଂ ଜେକେଆଇଏସ୍ର ଫୟାଜ ଉମର୍।
ଶ୍ରୀନଗରରେ ଏନ୍କାଉଣ୍ଟର : ୩ ଆତଙ୍କବାଦୀ ନିପାତ, ଜଣେ ଯବାନ ସହିଦ
/sambad/media/post_attachments/wp-content/uploads/2020/02/army-2-640x360.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)