ଶ୍ରୀନଗର: ସୋମବାର ସକାଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଖୁଲଚୋହର ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କାରଣରୁ ତିନି ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି।
ନିହତ ଆତଙ୍କବାଦୀଙ୍କ ପରିଚୟ ପାଇବାକୁ ଉଦ୍ୟମ ଚାଲୁ ରହିଥିବା କଥା କଶ୍ମୀର ଜୋନ୍ ପୁଲିସ କହିଛି। ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ନିରାପତ୍ତା ବଳଙ୍କର ଏକ ଟିମ୍ ସେ ଅଞ୍ଚଳରେ ତଲାସ ଅଭିଯାନ ଚଳାଇଛି।
Image Courtesy of Zee Newsସେ ଅଞ୍ଚଳରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା ବିଷୟରେ ପୁଲିସକୁ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନାର ୧୯ ଆର୍ଆର୍ ଏବଂ ସିଆର୍ପିଏଫ୍ଙ୍କ ମିଳିତ ଦଳ ଖୁଲଚୋହର ଅଞ୍ଚଳରେ ତଲାସ ଆରମ୍ଭ କରିଥିଲା।
ମିଳିତ ନିରାପତ୍ତା ବଳ ସନ୍ଦିଗ୍ଧ ସ୍ଥାନକୁ ଘେରାଉ କରିବା ପରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ମିଳିତ ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା। ଘଟଣାସ୍ଥଳରୁ ନିରାପତ୍ତା ବଳ ନିହତ ଆତଙ୍କବାଦୀଙ୍କ ଶବ ଓ ଗୋଟିଏ ଏକେ ୪୭ ରାଇଫଲ୍ ଏବଂ ଦୁଇଟି ପିସ୍ତଲ୍ ଉଦ୍ଧାର କରିଛନ୍ତି।
ଏହା ହେଉଛି ଜୁନ୍ ମାସରେ ୧୩ଶ ଏନ୍କାଉଣ୍ଟର୍ ଏବଂ ଏ ପର୍ଯ୍ୟନ୍ତ ଏ ମାସ ମଧ୍ୟରେ କଶ୍ମୀର ଉପତ୍ୟକାରେ ୪୦ରୁ ଅଧିକ ଆତଙ୍କବାଦୀ ନିପାତ ହେଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/jk-5.jpg)