କଶ୍ମୀର : ୩ ଆତଙ୍କବାଦୀ ନିହତ, ସେନା ଅଫିସର ସହିଦ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ନୌସେରା ସେକ୍ଟରରେ ଆଜି ଆତଙ୍କବାଦୀଙ୍କ ଗୁଳିବିନିମୟ ବେଳେ ଭାରତୀୟ ସେନାର ଜଣେ ଅଧିକାରୀ ସହିଦ ହୋଇଛନ୍ତି । ସୁରକ୍ଷାବାହିନୀ ଏହି ଅଞ୍ଚଳକୁ ଘେରିଯାଇଛନ୍ତି ଓ ଏନକାଉଣ୍ଟର ଏବେ ମଧ୍ୟ ଚାଲିଛି । ସହିଦ ହୋଇଥିବା ଅଧିକାରୀ ଜଣେ ଜୁନିୟର କମିଶନଡ ଅଫିସର (ଜେସିଓ) ବୋଲି ଜଣାପଡିଛି । ତେବେ ଏହା ସହିତ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ମଧ୍ୟ ଭାରତୀୟ ସେନା ପଣ୍ଡ କରିଦେଇଛି । ପାକିସ୍ତାନୀ ସେନାର କମାଣ୍ଡୋ ଫୋର୍ସ ବ୍ୟାଟ୍‌ ଟିମର ଯବାନ ମାନେ ଆଜି ୪୦୦ ମିଟର ଭାରତୀୟ ସୀମାମଧ୍ୟକୁ ପଶିଆସିଥିଲେ । କିନ୍ତୁ ସତର୍କ ଭାରତୀୟ ସେନା ସହ ତାଙ୍କର ଏନକାଉଣ୍ଟର ହୋଇଥିଲା ।
ଏହା ପୂର୍ବରୁ ଆଜି କଶ୍ମୀର ସ୍ଥିତ ପୁଲଓ୍ଵାମାର ଟ୍ରାଲଠାରେ ହୋଇଥିବା ଏକ ଏନକାଉଣ୍ଟରରେ ଭାରତୀୟ ସେନା ୩ ଜଣ ଆତଙ୍କବାଦୀଙ୍କୁ ମାରିଦେଇଛି । ଏହା ସହିତ ଭାରତୀୟ ସେନା ମୃତ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି । ଏହି ଆତଙ୍କବାଦୀମାନେ ଜୈସ-ଇ-ମହମ୍ମଦର ସଦସ୍ୟ ବୋଲି ଜଣାଯାଇଛି ।
ଅନ୍ୟପକ୍ଷରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ଘଟଣା ଜାରି ରହିଛି । ପାକିସ୍ତାନୀ ରେଞ୍ଜର୍ସ ପକ୍ଷରୁ ଆଜି ପୁଞ୍ଚ ସେକ୍ଟରର ବାଲାକୋଟ ଓ ମେଣ୍ଢର ସେକ୍ଟରରେ ସାଧାରଣ ଲୋକରହୁଥିବା ଅଞ୍ଚଳକୁ ଲକ୍ଷ୍ୟ କରି ଗୁଳିଗୋଳା ବର୍ଷଣ କରାଯାଇଛି । ଏହି ଗୁଳିଗୋଳା ବର୍ଷଣରେ ୨ଜଣ ସାଧାରଣ ଲୋକ ଆହତ ହୋଇଥିବା ଖବର ମିଳିଛି ।

ସମ୍ବନ୍ଧିତ ଖବର