ଶ୍ରୀନଗର : ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଗୁଳିବିନିମୟରେ ଜଣେ ପାକିସ୍ତାନୀ ନାଗରିକଙ୍କ ସମେତ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ଅବୁ ହୁରାଇରା ଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଦକ୍ଷିଣ କାଶ୍ମୀର ଜିଲ୍ଲାର ପୁଲୱାମା ସହରର ଏକ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଯବାନମାନଙ୍କ ଉପରକୁ ଗୁଳିଚଳାଇବାରୁ ତୁରନ୍ତ ତାହାର ଜବାବ ଦିଆଯାଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।
ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଲସ୍କର କମାଣ୍ଡର ଆଇଜାଜ ଓରଫ ଅବୁ ହୁରାଇରା ବୋଲି ଚିହ୍ନଟ ହୋଇଛି । ସେ ଜଣେ ପାକିସ୍ତାନୀ ନାଗରିକ ବୋଲି ଅଧିକାରୀ ଜଣକ କହିଛନ୍ତି । ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଚାଲିଛି । ଭାରତୀୟ ସେନା, ସିଆରପିଏଫ ଓ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା ।