ଭୋପାଳ: ଯେପର୍ଯ୍ୟନ୍ତ ଜଣେ ଲୋକର ଆୟୁଷ ପୂରିନି ତାକୁ ଦୁନିଆର କୌଣସି ବି ଶକ୍ତି ମାରିପାରେନା। ମଧ୍ୟପଦେଶର ଅଶୋକ ନଗରରେ ଜଣେ ବ୍ୟକ୍ତି ରେଳ ଧାରଣାରେ ପଡ଼ି ରହିଲେ, ତାଙ୍କ ଉପରେ ୩ଟି ଟ୍ରେନ୍ ଚାଲିଗଲା। ଈଶ୍ୱରଙ୍କ କୃପାରୁ ବ୍ୟକ୍ତି ଜଣକ ସେହିପରି ଜୀବିତ ରହିଲେ! ପୁଲିସ୍ ବ୍ୟକ୍ତିଙ୍କୁ ମୃତ ବୋଲି ଭାବି ଶରୀର ଉଦ୍ଧାର କରିବାକୁ ଗଲା ବେଳେ ଅଚେତ ହୋଇ ରେଳ ଧାରଣାରେ ପଡ଼ିରହିଥିବା ବ୍ୟକ୍ତି ଜଣକ ଅଚାନକ ଉଠିପଡ଼ି ସମସ୍ତଙ୍କୁ ଚକିତ କରି ପକାଇଛନ୍ତି।
Photo courtesy: Ravish Singhବ୍ୟକ୍ତି ଜଣକ ହେଉଛନ୍ତି ଧର୍ମେନ୍ଦ୍ର। ସେ ଜଣେ ମଦ୍ୟପ। ମଦ ପିିଇବା ପରେ ରେଳ ଧାରଣାରେ ଶୋଇ ପଡ଼ିଥିଲେ। ସେ ଜାଣିପାରି ନାହାନ୍ତି ଯେ ତାଙ୍କ ଉପରେ ୩ଟି ଟ୍ରେନ୍ ଚାଲି ଯାଇ ସାରିଲାଣି। ମଜାଦାର କଥା ହେଉଛି ଧର୍ମେନ୍ଦ୍ରଙ୍କ ଚେତା ଫେରିବା ପରେ ସେ ସମସ୍ତଙ୍କୁ ବୁଲି ବୁଲି ପଚାରିବା ଆରମ୍ଭ କରିଦେଲେ ‘ବାପା ଆସିଲେଣି’?
ଧର୍ମେନ୍ଦ୍ର ଦୀର୍ଘ ସମୟ ଧରି ରେଳ ଧାରଣାରେ ପଡ଼ି ରହିଥିବା କାରଣରୁ ଷ୍ଟେସନ୍ରେ ଥିବା ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ରେଳ ଧାରଣା ଆଡ଼କୁ ଯିବା ବେଳକୁ ଧଡ଼ପଡ଼ ହୋଇ ଉଠି ବସିଥିଲେ ଧର୍ମେନ୍ଦ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/man-from-death.jpg)