୩ଟି ଟ୍ରେନ୍‌ ଉପରେ ଚାଲିଗଲା, ତଥାପି ଜୀବିତ ରହିଲେ ଏହି ବ୍ୟକ୍ତି; ଚେତା ଫେରିବା ପରେ ପ୍ରଥମେ ବାପାଙ୍କୁ ଖୋଜିଲେ

ଭୋପାଳ: ଯେପର୍ଯ୍ୟନ୍ତ ଜଣେ ଲୋକର ଆୟୁଷ ପୂରିନି ତାକୁ ଦୁନିଆର କୌଣସି ବି ଶକ୍ତି ମାରିପାରେନା। ମଧ୍ୟପଦେଶର ଅଶୋକ ନଗରରେ ଜଣେ ବ୍ୟକ୍ତି ରେଳ ଧାରଣାରେ ପଡ଼ି ରହିଲେ, ତାଙ୍କ ଉପରେ ୩ଟି ଟ୍ରେନ୍‌ ଚାଲିଗଲା। ଈଶ୍ୱରଙ୍କ କୃପାରୁ ବ୍ୟକ୍ତି ଜଣକ ସେହିପରି ଜୀବିତ ରହିଲେ! ପୁଲିସ୍‌ ବ୍ୟକ୍ତିଙ୍କୁ ମୃତ ବୋଲି ଭାବି ଶରୀର ଉଦ୍ଧାର କରିବାକୁ ଗଲା ବେଳେ ଅଚେତ ହୋଇ ରେଳ ଧାରଣାରେ ପଡ଼ିରହିଥିବା ବ୍ୟକ୍ତି ଜଣକ ଅଚାନକ ଉଠିପଡ଼ି ସମସ୍ତଙ୍କୁ ଚକିତ କରି ପକାଇଛନ୍ତି।

Photo courtesy: Ravish Singh

ବ୍ୟକ୍ତି ଜଣକ ହେଉଛନ୍ତି ଧର୍ମେନ୍ଦ୍ର। ସେ ଜଣେ ମଦ୍ୟପ। ମଦ ପିିଇବା ପରେ ରେଳ ଧାରଣାରେ ଶୋଇ ପଡ଼ିଥିଲେ। ସେ ଜାଣିପାରି ନାହାନ୍ତି ଯେ ତାଙ୍କ ଉପରେ ୩ଟି ଟ୍ରେନ୍‌ ଚାଲି ଯାଇ ସାରିଲାଣି। ମଜାଦାର କଥା ହେଉଛି ଧର୍ମେନ୍ଦ୍ରଙ୍କ ଚେତା ଫେରିବା ପରେ ସେ ସମସ୍ତଙ୍କୁ ବୁଲି ବୁଲି ପଚାରିବା ଆରମ୍ଭ କରିଦେଲେ ‘ବାପା ଆସିଲେଣି’?

ଧର୍ମେନ୍ଦ୍ର ଦୀର୍ଘ ସମୟ ଧରି ରେଳ ଧାରଣାରେ ପଡ଼ି ରହିଥିବା କାରଣରୁ ଷ୍ଟେସନ୍‌ରେ ଥିବା ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରେଳ ଧାରଣା ଆଡ଼କୁ ଯିବା ବେଳକୁ ଧଡ଼ପଡ଼ ହୋଇ ଉଠି ବସିଥିଲେ ଧର୍ମେନ୍ଦ୍ର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.