ବାଲ୍‌ଟିମୋର୍‌: ଗୋଟାଏ ନରହତ୍ୟା ମାମଲାରେ ୩୬ ବର୍ଷ ଜେଲ୍‌ଦଣ୍ଡ ଭୋଗିଥିବା ୩ଜଣ ଆମେରିକୀୟ କ୍ଷତିପୂରଣ ବାବଦକୁ ୪୮ ନିୟୁତ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୩,୯୯୬,୧୭୭,୬୦୦ ଟଙ୍କା ପାଇବେ ବୋଲି ‘ଦି ୱସିଂଟନ୍‌ ପୋଷ୍ଟ୍‌ ରିପୋର୍ଟ’ କରିଛି।

Advertisment

ରିପୋର୍ଟରେ ଉଲ୍ଲେଖ ଅଛି, ୧୯୮୩ ମସିହାରେ ୧୪ ବର୍ଷିୟ ଡିୱିଟ୍‌ ଡକଟେ୍‌ଙ୍କ ହତ୍ୟା ମାମଲାରେ ୧୬ ବର୍ଷିୟ ଆଲ୍‌ଫ୍ରେଡ୍‌ ଚେଷ୍ଟ୍‌ନଟ୍‌, ରାନ୍‌ସମ୍‌ ୱାଟ୍‌କିନ୍ସ୍‌ ଓ ଆଣ୍ଡ୍ରିଉ ଷ୍ଟିୱାର୍ଟଙ୍କୁ ଭୁଲ୍‌କ୍ରମେ ଦୋଷୀ ସାବ୍ୟସ୍ତ କରାଯାଇ ଯାବଜ୍ଜୀବନ କାରାଦଣ୍ଡାଦେଶ ହୋଇଥିଲା। କିନ୍ତୁ, ୩୬ ବର୍ଷ ପରେ ସେମାଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରାଯାଇଛି। ତେଣୁ, କ୍ଷତିପୂରଣ ବାବଦକୁ ତିନିହେଁ ସହର ତରଫରୁ ୪୮ ନିୟୁତ ଡଲାର୍‌ ପାଇବେ। ଏକଥା ବୁଧବାର ଦିନ ‘ବାଲ୍‌ଟିମୋର୍‌ ସିଟି ବୋର୍ଡ ଅଫ୍‌ ଏଷ୍ଟିମେଟ୍‌ସ୍‌’ରେ ଭୋଟ୍‌ କରାଯିବା ପରେ ନିଷ୍ପତ୍ତି ନିଆଯାଇଥିଲା।

ବାଲ୍‌ଟିମୋର୍‌ ପ‌ୋଲିସ୍‌ ଡିପାର୍ଟମେଣ୍ଟ୍‌ର ମୁଖ୍ୟ ଜଷ୍ଟିନ୍‌ କନ୍‌ରୟ କହିଛନ୍ତି, ସହରର ‘ବୋର୍ଡ ଅଫ୍‌ ଏଷ୍ଟିମେଟ୍ସ୍‌’ କମିଟି ପାଖରୁ ବୁଧବାର ଉପରୋକ୍ତ ଦେୟ ପାଇଁ ମଞ୍ଜୁରି ଅନୁମୋଦନ କରାଇଛି।

publive-image Image Courtesy of CNN

ଏହାଛଡ଼ା, ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗିବା ପରେ ନିର୍ଦ୍ଦୋଷ ଘୋଷିତ ‌ହୋଇଥିବାରୁ ୨୦୨୦ରେ ମେରିଲାଣ୍ଡ୍‌ ରାଜ୍ୟରୁ ମଧ୍ୟ ଉକ୍ତ ୩ ଆମେରିକୀୟ ୨.୯ ନିୟୁତ ଡଲାର୍‌ ପାଇଥିଲେ।

ଦଣ୍ଡାଦେଶ ପାଇବା ପରେ ୩ ବ୍ୟକ୍ତି ଫାଇଲ୍‌ କରିଥିବା ଆବେଦନରେ ଉଲ୍ଲେଖ କରିଥିଲେ ଯେ, ତଦନ୍ତ କରିବା ବେଳେ ତଦନ୍ତକାରୀମାନେ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଓ ଚାକ୍ଷୁ‌ଷ ପ୍ରମାଣ ସବୁକୁ ଉପେକ୍ଷା କରିଥିଲେ। ପ୍ରକୃତ ହତ୍ୟାକାରୀ ଥିଲେ ଜନ୍‌ ଡୋ। ତାଙ୍କର ମଧ୍ୟ ସେତେବେଳେ ମୃତ୍ୟୁ ଘଟିଥିଲା।

ତେଣୁ, ୨୦୧୯ ନଭେମ୍ବର ୨୫ରେ ଜଣେ ବିଚାରପତି ସେମାନଙ୍କୁ ନିର୍ଦ୍ଦୋଷ ଘୋଷଣା କରି ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଇଥିଲେ।