ମଧ୍ୟାହ୍ନ ଭୋଜନ ହଣ୍ଡାରେ ପଡ଼ି ୩ ବର୍ଷୀୟା ଶିଶୁକନ୍ୟା ମୃତ

ମିର୍ଜାପୁର: ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲା ରାମପୁର ଅଟାରି ସ୍କୁଲରେ ଜଣେ ୩ ବର୍ଷୀୟା ଶିଶୁକନ୍ୟା ମଧ୍ୟାହ୍ନ ଭୋଜନ ହଣ୍ଡାରେ ପଡ଼ି ପ୍ରାଣ ହରାଇଛି।। ଆଜି ମଧ୍ୟାହ୍ନରେ ରୋଷେଇ ସରିଥିବା ତରକାରୀ ହଣ୍ଡାରେ ଶିଶୁଟି ପଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁଟି ଉକ୍ତ ସ୍କୁଲର ଛାତ୍ରୀ ନଥିଲେ ବୋଲି ମିର୍ଜାପୁର ମୌଳିକ ଶିକ୍ଷା ଅଧିକାରୀ କହୁଥିବାବେଳେ ଶିଶୁର ନାମ ସ୍ଥାନୀୟ ଅଙ୍ଗନୱାଡ଼ିରେ ପଞ୍ଜୀକୃତ ହୋଇଥିଲା ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ। ଏହି ଘଟଣାରେ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।

ସମ୍ବନ୍ଧିତ ଖବର