ଘର ବାହାରେ ଖେଳୁ ଖେଳୁ ନିଖୋଜ ହୋଇ ଯାଇଥିଲେ ବାଳକ, ଦୁଇ ଦିନ ପରେ ଫେରି ସେ ଯାହା କହିଲେ, ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ପରିବାର ଲୋକେ

ନୂଆଦିଲ୍ଲୀ : ତାର୍‌ଜନ୍‌ ଏବଂ ମୋଗଲିର କାହାଣୀ ଆମ ପାଇଁ କାଳ୍ପନିକ ହୋଇପାରେ । କିନ୍ତୁ ଏଭଳି କିଛି ଶିଶୁ ଅଛନ୍ତି ଯେଉଁମାନେ ପଶୁମାନଙ୍କ ସହ ଖୁବ୍‌ ଖୁସିରେ ଜୀବନ ବିତାଉଛନ୍ତି । କାରୋଲିନାରେ ଠିକ୍‌ ସେଭଳି ଏକ ଘଟଣା ଘଟିଛି। କେସି ହେଥ୍‌େଓ୍ଵ ନାମକ ଜଣେ ୩ ବର୍ଷୀୟ ବାଳକ ଘର ବାହାରେ ଖେଳୁଥିବା ସମୟରେ ନିଖୋଜ ହୋଇ ଯାଇଥିଲେ। ଦୁଇ ଦିନ ପର୍ଯ୍ୟନ୍ତ ପୁଲିସ ଯେତେ ଖୋଜିଥିଲେ ମଧ୍ୟ କୌଣସି ପତ୍ତା ମିଳି ନଥିଲା । କିନ୍ତୁ ଦୁଇ ଦିନ ପରେ କେସି ଆପେ ଆପେ ନିଜ ଘରକୁ ଫେରିଥିଲେ । କେସି ସୁରକ୍ଷିତ ଭାବରେ ଘରକୁ ଫେରିବା ପରେ ଘରେ ତାଙ୍କୁ କେଉଁଠି ଥିଲେ ବୋଲି ପଚାରିଥିଲେ ।

Daily Mirror

ସମସ୍ତଙ୍କ ପ୍ରଶ୍ନର ସେ ଯେଉଁ ଉତ୍ତର ରଖିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କେସି ଦୁଇ ଦିନ ହେଲା ଏକ ଭାଲୁ ସହ ରହୁଥିଲେ ବୋଲି ନିଜ ଘର ଲୋକଙ୍କୁ ଜଣାଇବା ପରେ ସମସ୍ତଙ୍କ ହୋସ୍‌ ଉଡି ଯାଇଥିଲା । ଖାଦ୍ୟ ନ ଖାଇ ଦୁଇ ଦିନ ପର୍ଯ୍ୟନ୍ତ କେସି କିଭଳି ଭାବରେ ନିଜର ଭୋକ ମେଣ୍ଟାଇଥିଲେ ତାହା ଏବେ ପରିବାରୁ ଚିନ୍ତାରେ ପକାଇଛି । କେସି ଘରକୁ ଫେରି ଆସିଥିଲେ ମଧ୍ୟ ସେ ପ୍ରକୃତରେ ଦୁଇ ଦିନ କେଉଁଠି ଥିଲେ ସେ ନେଇ ତଦନ୍ତ ଚଳାଇଛି ପୁଲିସ ।

ସମ୍ବନ୍ଧିତ ଖବର