ମୁମ୍ବାଇ ଟ୍ରେନ୍‌ ସାମ୍ନାରେ ‘କିକି’ ଡ୍ୟାନ୍‌ସ୍‌ କରିଥିବା ତିନି ଯୁବକଙ୍କୁ ଷ୍ଟେସନ୍‌ ସଫା କରିବାକୁ ଆଦେଶ ଦେଲେ ଅଦାଲତ

ମୁମ୍ବାଇ: ଚଳନ୍ତା ଟ୍ରେନ୍‌ ଏବଂ ଆମ୍ବୁଲାନ୍‌ସ୍‌ ସାମ୍ନାରେ ‘କିକି’ ଚାଲେଞ୍ଜ୍‌ ପ୍ରଦର୍ଶନ କରିଥିବା ତିନି ଯୁବକଙ୍କୁ ବସାଇ ରେଳବାଇ କୋର୍ଟ ଗୁରୁବାର ଦିନ ତିନି ଦିନ ସକାଶ ବସାଇ ରେଳବାଇ ଷ୍ଟେସନ୍‌ ସଫେଇ କରିବାକୁ ଆଦେଶ ଦେଇଛନ୍ତି।

ରେଳବାଇ ପ୍ରୋଟେକ୍ସନ୍‌ ଫୋର୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏ ଭଳି ଚାଲେଞ୍ଜ୍‌ ଗ୍ରହଣ ନ କରିବାକୁ ଲୋକମାନଙ୍କୁ ସଚେତନ କରିବାକୁ ସମ୍ପୃକ୍ତ ତିନି ଯୁବକଙ୍କୁ କୁହାଯାଇଛି।

ଅଧିକାରୀଜଣକ ଆହୁରି କହିଛନ୍ତି: ରେଳବାଇ କୋର୍ଟ ଆଦେଶ ଦେଇଛନ୍ତି ଯେ ସେ ତିନି ଜଣ ବ୍ୟକ୍ତି ଦିନ ୧୧ଟାରୁ ୨ଟା ଯାଏଁ ସମସ୍ତ ପ୍ଲାଟ୍‌ଫର୍ମ ସଫେଇ କରିବେ ଏବଂ ଅପରାହ୍ଣ ୩ଟାରୁ ୫ଟା ଯାଏଁ ‘କିକି’ ଚାଲେଞ୍ଜ୍‌ ଭଳି ଷ୍ଟଣ୍ଟ୍‌ର ବିପଦ ସଂକ୍ରାନ୍ତରେ ଯାତ୍ରୀମାନଙ୍କୁ ସଚେତନ କରିବେ।

୨୪ ଶ୍ୟାମ ଶର୍ମା, ୨୩ ବର୍ଷିୟ ଧ୍ରୁବ ଏବଂ ୨୦ ବର୍ଷିୟ ନିଶାନ୍ତ ପଶ୍ଚିମ ରେଳବାଇର ବସାଇ ଷ୍ଟେସନ୍‌ରେ ସୁଟିଙ୍ଗ୍‌ କରିଥିବା ଭିଡିଓଟି ସପ୍ତାହେ ତଳେ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ ହେବା ପରେ ୨. ୨ ନିୟୁତ ଲୋକ ଦେଖିଥିଲେ।

ଅଧିକାରୀଜଣକ କହିଛନ୍ତି: ଗତକାଲି ଗୋଟାଏ ମଲ୍‌ରୁ ଆମେ ଶର୍ମାଙ୍କୁ ଗିରଫ କରିଲା ପରେ ସେ ଅନ୍ୟ ଦୁହିଁଙ୍କ ଠିକଣା ଦେଇଥିଲେ। ପରେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ପୂର୍ବରୁ ଶର୍ମା ଟେଲିଭିଜନ୍‌ ସିରିଏଲ୍‌ରେ କାମ କରିଛନ୍ତି ଏବଂ ଅନ୍ୟ ଦୁହିଁଙ୍କର ୟୁଟ୍ୟୁବ୍‌ରେ ଗୋଟାଏ ଚାନେଲ୍‌ ଅଛି।

ସମ୍ବନ୍ଧିତ ଖବର