୩୦ଟି ଭାଇରସ ଆଣିପାରନ୍ତି ମହାମାରୀ!

ନୂଆଦିଲ୍ଲୀ:  ଚିହ୍ନଟ ହୋଇଥିବା ୮୮୭ଟି ଭୟଙ୍କର ଭାଇରସ ମଧ୍ୟରୁ ୩୦ଟି ଭାଇରସ ମହାମାରୀ ଆଣିପାରନ୍ତି । ମହାମାରୀ କରୋନାର ଭୟ ଥମି ନଥିବା ବେଳେ ସାମ୍ନାକୁ ଆସିଛି ଏକ ଭୟଙ୍କର ତଥ୍ୟ । ୮୮୭ଟି ନୂଆ ଭୟଙ୍କର ଭାଇରସ ଚିହ୍ନଟ କରିଛନ୍ତି ବୈଜ୍ଞାନିକ । ଆଉ ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏହି ଭାଇରସଗୁଡିକ ମଧ୍ୟରୁ ୩୦ଟି ଏମିତି ଭାଇରସ ରହିଛି, ଯାହା ଭବିଷ୍ୟତରେ କରୋନା ଭଳି ମହାମାରୀ ସ୍ଥିତି ଆଣିପାରନ୍ତି ।

ୟୁନିଭରସିଟି ଅଫ୍ କାଲିଫର୍ଣ୍ଣିୟାର ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନା ମ୍ୟାଜେଟ୍ ଦଶ ବର୍ଷରୁ ଅଧିକ ସମୟ ଧରି ଏହି ଅଧ୍ୟୟନ କରିଛନ୍ତି । ଏହା ପରେ ସବୁଠାରୁ ଅଧିକ ସଂକ୍ରାମକ, ବିପଦଜନକ ୩୦ଟି ମାରାତ୍ମକ ଭୂତାଣୁର ତାଲିକା ପ୍ରସ୍ତୁତ କରିଛନ୍ତି । କେଉଁ ଭାଇରସ କେଉଁ ସ୍ତରର ବିନାଶ ରଚିପାରେ, ସେନେଇ ଏହି ଅଧ୍ୟୟନରେ ଆକଳନ କରାଯାଇଛି ।

ସଂକ୍ରମଣ କ୍ଷମତା ଆଧାରରେ ଏହି ଭାଇରସଗୁଡିକୁ ୩ଟି ବିଭାଗରେ ବିଭକ୍ତ କରାଯାଇଛି । ପ୍ରଥମ- ରାଷ୍ଟ୍ରୀୟ, ଦ୍ୱିତୀୟ – ସେମିଗ୍ଲୋବାଲ, ତୃତୀୟ – ଗ୍ଲୋବାଲ । ଏଥିରେ କରୋନା ଭାଇରସର ଷ୍ଟ୍ରେନ୍ ମଧ୍ୟ ସାମିଲ ରହିଛି । ଏବେ ଆସନ୍ତୁ ଜାଣିବା ଏହି ଭାଇରସଗୁଡିକର ନାମ ।

How Long Can a Virus “Live” Outside the Body? | Office for Science and  Society - McGill University

ରାଷ୍ଟ୍ରୀୟ ସ୍ତରରେ ସଂକ୍ରମିତ କଲା ଭଳି ଭୟଙ୍କର ଭାଇରସ :
ଲାସା ଭାଇରସ କିମ୍ବା ଆରେନା ଭାଇରସ, ଇବୋଲା ଭାଇରସ କିମ୍ବା ଫିଲୋଭାଇରସ, ମାରବର୍ଗ ଭାଇରସ, ସାର୍ସ ଭାଇରସ, କରୋନା ଭାଇରସ ୨୨୯ଇ (Coronavirus 229E), ସାର୍ସ ସହ ସମ୍ବନ୍ଧିତ ବିଟା କରୋନା ଭାଇରସ Rp3, ୟୁରୋପିଆନ୍ ବ୍ୟାଟ୍ ଲ୍ୟାସା ଭାଇରସ, ଏଣ୍ଡିଜ୍ ଭାଇରସ୍ ।

ସେହିପରି ମଣିଷଙ୍କୁ ସଂକ୍ରମିତ କଲା ଭଳି ଅନ୍ୟ ଭାଇସରଗୁଡିକ ହେଉଛି, ପୁମାଲା ଭାଇରସ, ସେରେଫୋନ୍ ବ୍ୟାଟ୍ କରୋନା ଭାଇରସ, ୟୁରୋପିଆନ୍ ବ୍ୟାଟ୍ ଲ୍ୟାସା ଭାଇରସ, ଲାଗୁନା ନେଗ୍ରା ଭାଇରସ, ଇଡୋଲୋନ୍ ବ୍ୟାଟ୍ କରୋନାଭାଇରସ ଏବଂ କାଓପକ୍ସ ଭାଇରସ ।

ଏବେ ନଜର ପକାନ୍ତୁ ସେମିଗ୍ଲୋବାଲ୍ ସ୍ତରରେ ସଂକ୍ରମଣ ବଢାଇବା ଆଶଙ୍କା ଥିବା ଭାଇରସ ଉପରେ । ଏହି ଭାଇରସଗୁଡିକ ହେଉଛି, ସାର୍ସ-ସିଓଭି-୨, ନିପାହ୍ ଭାଇରସ, ସିମିଆନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ, କରୋନା ଭାଇରସ ପ୍ରେଡିକ୍ଟ ସିଓଭି-୩୫, ବୋର୍ନା ଡିଜିଜ୍ ଭାଇରସ, ଲଙ୍ଗକ୍ୱାନ୍ ଆ ମାଉସ୍ କରୋନା ଭାଇରସ, ମଙ୍କିପକ୍ସ ଭାଇରସ ଏବଂ କରୋନା ଭାଇରସ ପ୍ରେଡିକ୍ଟ ସିଓଭି-୨୪ ।

ଏବେ ଆସନ୍ତୁ ଦେଖିବା ଗ୍ଲୋବାଲ୍ ସ୍ତରରେ ସଂକ୍ରମଣ ବଢାଇବା ଆଶଙ୍କା ଥିବା ଭାଇରସ ଉପରେ । ଏହି ଭାଇରସଗୁଡିକ ହେଉଛି, ସିୟୋଲ ଭାଇରସ, ହେପାଟାଇଟିସ ଇ ଭାଇରସ, ରାବିସ୍ ଭାଇରସ, ଲିମ୍ଫୋସାଇଟିକ୍ କୋରିୟୋମେନିନଜାଇଟିସ୍ ଭାଇରସ, ସିମିଆନ୍ ଫୋମି ଭାଇରସ ଏବଂ ମ୍ୟୁରିନ୍ ଭାଇରସ୍ ।

ଏହି ଭୟଙ୍କର ଭାଇରସଗୁଡିକ ପଶୁମାନଙ୍କଠାରୁ ମଣିଷଙ୍କୁ ସଂକ୍ରମଣ କରିବାର ସମ୍ଭାବନା ରହିଛି । ୟୁନିଭରସିଟି ଅଫ୍ କାଲିଫର୍ଣ୍ଣିୟାର ସଂକ୍ରାମକ ରୋଗ ବିଶେଷଜ୍ଞ କରିଥିବା ଅଧ୍ୟୟନରେ ୮୮୭ଟି ଭାଇରସ ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ୩୮ଟି ଏମିତି ଭାଇରସ ରହିଛି, ଯାହା ମଣିଷଙ୍କୁ ସଂକ୍ରମିତ କରିପାରେ । କେବଳ ସେତିକି ନୁହେଁ, ମହାମାରୀ ଭଳି ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ।

ସମ୍ବନ୍ଧିତ ଖବର