୭ ମାସରେ ୩୦ କୋଟି ଲୋକଙ୍କୁ ଟିକା: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ବୈଜ୍ଞାନିକ ଏବଂ ବିଶେଷଜ୍ଞମାନେ ସ୍ବ‌ଦେଶୀ ଟିକା ବିକାଶ ଦିଗରେ କାମ କରୁଛନ୍ତି। ଆସନ୍ତା ୬ରୁ ୭ ମାସ ମଧ୍ୟରେ ଦେଶର ୩୦ କୋଟି ଲୋକଙ୍କୁ ଟିକା ମିଳିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ୨୨ତମ ଜିଓଏମ୍‌ ମନ୍ତ୍ରୀ ଗୋଷ୍ଠୀ ବୈଠକରେ ଉଦ୍‌ବୋଧନ ଦେଇ ହର୍ଷବର୍ଦ୍ଧନ କହିଛନ୍ତି, ଦେଶରେ ଆମ ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଟିକା ବିକାଶ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି। ଆସନ୍ତା ୬-୭ ମାସ ମଧ୍ୟରେ ଭାରତ ୩୦ କୋଟି ଲୋକଙ୍କୁ ଟିକା ଦେବାର କ୍ଷମତା ହାସଲ କରିଥିବ ବୋଲି ସେ କହିଛନ୍ତି। ଦେଶରେ ଏବେ କରୋନା ସଂକ୍ରମଣ ୧ କୋଟି ଟପିଯାଇଛି। ତେବେ ଏଥିମଧ୍ୟରୁ ୯୫ ଲକ୍ଷ ୫୦ ହଜାର ଲୋକ କରୋନାରୁ ସୁସ୍ଥ ହୋଇସାରିଛନ୍ତି। ଭାରତର ଆରୋଗ୍ୟ ହାର ବିଶ୍ବରେ ସର୍ବାଧିକ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଦେଶରେ ଏବେ ଆରୋଗ୍ୟ ହାର ୯୫.୪୬ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର