ନୂଆଦିଲ୍ଲୀ : ବର୍ଷେ ପର୍ଯ୍ୟନ୍ତ ସାଂସଦମାନଙ୍କର ୩୦ ପ୍ରତିଶତ ଦରମା କାଟ ବିଲ୍ ଲୋକସଭାରେ ଗୃହୀତ ହେବାପରେ ଆଜି ରାଜ୍ୟସଭାରେ ମଧ୍ୟ ଗୃହୀତ ହୋଇଯାଇଛି। ବାଚନିକ ଭୋଟ୍ରେ ଏହି ବିଲ୍ ଆଜି ରାଜ୍ୟସଭାରେ ଗୃହୀତ ହୋଇଛି। ସାଂସଦଙ୍କ ବେତନ, ଭତ୍ତା ଏବଂ ପେନସନ୍ ( ସଂଶୋଧନ) ବିଲ୍ ୨୦୨୦ ପୂର୍ବରୁ ଲୋକସଭାରେ ଗୃହୀତ ହୋଇଥିଲା। ଆଜି ରାଜ୍ୟସଭାରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିଶାନ ରେଡ୍ଡି ଏହି ବିଲ୍ ଆଗତ କରିଥିଲେ। ବିଲ୍ ଉପରେ କିଛି ସମୟ ଆଲୋଚନା ପରେ ବାଚନିକ୍ ଭୋଟ୍ରେ ଏହି ବିଲ୍ ଗୃହୀତ ହୋଇଥିଲା।
ସାଂସଦମାନଙ୍କ ୩୦% ଦରମା କାଟ ବିଲ୍ ରାଜ୍ୟସଭାରେ ଗୃହୀତ
/sambad/media/post_attachments/wp-content/uploads/2020/02/rajyasabha-zee-news.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)