୨୪ ଘଣ୍ଟାରେ ଦେଶରେ ୩୦ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ ସଂଖ୍ୟା ୧୦୯ରେ ପହଞ୍ଚିଲା : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ମହିଳାଙ୍କ ଉପେକ୍ଷା ପୁରୁଷମାନେ ଅଧିକ କରୋନା ସଂକ୍ରମିତ ହେଉଛନ୍ତି

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୩ଟି ନୂଆ କରୋନା ଭାଇରସ ମାମଲା ଜଣାପଡ଼ିଛି । ଏହାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୬୭ରେ ପହଞ୍ଚିଛି । ଏହା ମଧ୍ୟରୁ ୧୪୪୫ଟି ମାମଲା ତବଲିଗି ଜମାତ ସହ ସଂପର୍କିତ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦ ଜଣ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ମନ୍ତ୍ରାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଦେଶର ମୋଟ ୪୦୬୭ଟି ମାମଲା ମଧ୍ୟରୁ ୭୬ ପ୍ରତିଶତ ପୁରୁଷ ଓ ୨୪ ପ୍ରତିଶତ ମହିଳା । ଏଣୁ ଏଥିରୁ ସ୍ପଷ୍ଟ ଯେ କରୋନା ଭାଇରସ ଦ୍ୱାରା ପୁରୁଷମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ଏପର୍ଯ୍ୟନ୍ତ ୧୧୦୦ କୋଟି ଟଙ୍କା ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି । ଆଜି ମଧ୍ୟ ଆଉ ୩ହଜାର କୋଟି ରିଲିଜ କରାଯାଇଛି ବୋଲି ସେ କହିଛନ୍ତି ।
ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟା ଶ୍ରୀବାସ୍ତବ କହିଛନ୍ତି ଯେ ଏପର୍ଯ୍ୟନ୍ତ ସାରା ଦେଶରେ ମୋଟ ୨୫ ହଜାର ତବଲିଗି ଜମାତ ଲୋକଙ୍କୁ ଏକାନ୍ତବାସରେ ରଖାଯାଇଛି ।

ସମ୍ବନ୍ଧିତ ଖବର