ବିହାରରେ ବଜ୍ରପାତରେ ୩୦ ଜଣଙ୍କର ମୃତ୍ୟୁ, ୨୭ ଜଣ ଆହତ

ପାଟନା: ବିହାରରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି | ବଜ୍ରପାତ ଘଟି ରାଜ୍ୟରେ ୩୦ ଜଣଙ୍କର ମୃତ୍ୟୁ ହୋଇଯାଇଛି |ଏଥିରେ ୨୭ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ବିହାରର ୧୪ଟି ଜିଲ୍ଲାରୁ ଏଭଳି ଖବର ଆସିଛି | ମୃତକଙ୍କ ମଧ୍ୟରେ ସବୁଠାରୁ ଅଧିକ ଲୋକ ବେଗୁସରାଇ ଓ ଭାଗଲପୁର ଜିଲ୍ଲାର ହୋଇଥିବା ଜଣାପଡିଛି |

India Today

ଭାଗଲପୁରରେ ୫ ଜଣ, ବେଗୁସରାଇରେ ୫ ଜଣ, ସହରାସ ଓ ପୂର୍ଣ୍ଣିଆରେ ତିନିଜଣଙ୍କର ମୃତ୍ୟୁ ହୋଇଛି | ସେହିପରି ଅରାରିଆ, ଯମୁଇ, କଟିହାରରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି | ସେହିପରି ଅନ୍ୟ ୭ଟି ଜିଲ୍ଲାମାନଙ୍କରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି | ପୂର୍ଣ୍ଣିଆରେ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି |

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଭୀର ଶୋକ ପ୍ରକାଶ କରିଛନ୍ତି | ମୃତକଙ୍କ ପରିବାର ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି | ଏଠାରେ ସୂଚନା ଥାଉ କି ମଙ୍ଗଳବାର ଦିନ ବଜ୍ରାଘାତରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା |

ସମ୍ବନ୍ଧିତ ଖବର