୩ ହିଜବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସମ୍ପର୍କରେ ଖବର ଦେଲେ ୩୦ ଲକ୍ଷ ପୁରସ୍କାର ରାଶି

ଶ୍ରୀନଗର : ଜମ୍ମୁ କଶ୍ମୀର ପୁଲିସ ୩ ଜଣ ହିଜବୁଲ୍‌ ଆତଙ୍କବାଦୀଙ୍କ ସମ୍ପର୍କରେ ଖବର ଦେବା ପାଇଁ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ମହମ୍ମଦ ଅମିନ୍‌ ଓରଫ ଜେହାଙ୍ଗିର ସରୁରି ଏବଂ ତା’ର ୨ ସହଯୋଗୀ ରିୟାଜ ଅହମଦ ଏବଂ ମୁଦାସିର ହୁସେନ୍‌ ସମ୍ପର୍କରେ ଖବର ଦେଲେ କିମ୍ବା ‌ସେମାନଙ୍କୁ ଜୀବନ୍ତ ବା ମୃତ ଧରାଇଦେଲେ ୩୦ ଲକ୍ଷ ଟଙ୍କାର ପୁରସ୍କାର ମିଳିବ। ଅମିନ ପାଇଁ ୧୫ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିବାବେଳେ ରିୟାଜ ଏବଂ ମୁଦାସିର ପାଇଁ ଯଥାକ୍ରମେ ୭.୫ ଲକ୍ଷ ଲେଖାଏଁ ପୁରସ୍କାର ‌ଘୋଷଣା ହୋଇଛି। ପୁଲିସ ମଧ୍ୟ ଏହି ୩ ଆତଙ୍କବାଦୀଙ୍କ ପୋଷ୍ଟର କଶ୍ମୀର ଏବଂ ନିକଟସ୍ଥ ଅଞ୍ଚଳରେ ଲଗାଇ ଦେଇଛି। ପୁଲିସ ମଧ୍ୟ ଆଶ୍ବାସନା ଦେଇଛି ଯେ ଉପରୋକ୍ତ ଆତଙ୍କବାଦୀଙ୍କ ସମ୍ପର୍କରେ ଯିଏ ଖବର ଦେବ ତା’ର ପରିଚୟ ପ୍ରଘଟ କରାଯିବନି। କିସ୍ତୱଡ଼ର ଜଣେ ବରିଷ୍ଠ ଏସ୍‌ପି ହରମିତ ସିଂହ କହିଛନ୍ତି, ଉକ୍ତ ୩ ଆତଙ୍କବାଦୀ କଶ୍ମୀରରେ ସକ୍ରିୟ ଅଛନ୍ତି।

ସମ୍ବନ୍ଧିତ ଖବର