ନୂଆଦିଲ୍ଲୀ : ଦେଶରେ ବେରୋଜଗାରୀ ବୃଦ୍ଧି ନେି କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଚାକିରି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ବିଭିନ୍ନ ସରକାରୀ ବିଭାଗରେ ଏବେ ୩୦ ଲକ୍ଷ ପଦବି ଖାଲି ପଡ଼ିଛି।
ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୨ କୋଟି ଚାକିରି ଦେବାକୁ ପ୍ରତିଜ୍ଞା କରିଥିଲେ। ଆଠ ବର୍ଷରେ ୧୬ କୋଟି ଚାକିରି ସୃଷ୍ଟି ହେବା କଥା। ହେଲେ ପ୍ରଧାନମନ୍ତ୍ରୀ ମାତ୍ର ୭୫,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟରେ କେବଳ କେନ୍ଦ୍ରୀୟ ସଚିବାଳୟରେ ୧,୬୦୦ ପଦବୀ ଖାଲି ଅଛି ବୋଲି ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/kharge.jpg)