ପାକିସ୍ତାନର ପ୍ରତି ୩ ଜଣରେ ଜଣେ ପାଇଲଟଙ୍କ ଲାଇସେନ୍ସ ଜାଲ

ଇସ୍ଲାମାବାଦ : ଗତ ମାସରେ କରାଚୀଠାରେ ହୋଇଥିବା ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ (ପିଆଇଏ)ର ଯାତ୍ରୀବାହୀ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ କେତେକ ଚିନ୍ତାଜନକ କଥା ଜଣାପଡ଼ିଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନର ଯାତ୍ରୀବାହୀ ବିମାନ ଉଡ଼ାଉଥିବା ୩୦ ପ୍ରତଶତ ବା ପ୍ରତି ତିନିଜଣରେ ଜଣେ ପାଇଲଟଙ୍କ ଲାଇସେନ୍ସ ଜାଲ । ଅର୍ଥାତ ସେମାନେ ବିମାନ ଉଡ଼ାଇବା ପାଇଁ ଆବଶ୍ୟକ ତାଲିମ ନେଇନାହାନ୍ତି ଓ ଲାଞ୍ଚ ଦେଇ ପାଇଲଟ ହୋଇଛନ୍ତି ।
ଏହି ତଦନ୍ତ ରିପୋର୍ଟକୁ ଗତକାଲି ପାକିସ୍ତାନର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରଓ୍ଵାର ଖାଁ ନ୍ୟାସନାଲ ଆସେମ୍ଲିରେ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟ ଉପସ୍ଥାପନ କରି ସେ କହିଥିଲେ ଯେ ପାକିସ୍ତାନରେ ଏବେ ପ୍ରାୟ ୮୫୦ ପାଇଲଟ ଘରୋଇ ରୁଟରେ ବିମାନ ଉଡ଼ାଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୨୬୦ ପାଇଲଟଙ୍କ ଲାଇସେନ୍ସ ଜାଲ । ଅର୍ଥାତ ସେମାନେ ପାଇଲଟ ପରୀକ୍ଷା ବେଳେ ଅନ୍ୟ ଜଣକୁ ବସାଇ ଲାଇସେନ୍ସ ପାଇଛନ୍ତି । ଏବେ ସେମାନଙ୍କ ଲାଇସେନ୍ସ ରଦ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମେ ୨୨ରେ ପାକିସ୍ତାନର କରାଚୀଠାରେ ପିଆଇଏର ଏକ ବିମାନ ଆବାସିକ ଅଞ୍ଚଳ ଉପରେ ଖସିପଡ଼ିଥିଲା । ଏହି ବିମାନରେ ୯୯ ଜଣ ଯାତ୍ରୀ ଓ ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ସର୍ବମୋଟ ୧୦୭ ଜଣ ଥିଲେ । ଏହି ଦୁର୍ଘଟଣାରେ ମୋଟ ୯୭ ଜଣ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର