ମହାରାଷ୍ଟ୍ର: କୋଭିଡ ନେଲାଣି ୩୦ ପୁଲିସ କର୍ମୀଙ୍କ ଜୀବନ, ୨୫୦୦ରୁ ଅଧିକ ସଂକ୍ରମିତ

ମୁମ୍ବାଇ: କରୋନାଭାଇରସ୍‌ର ପ୍ରକୋପ ମହାରାଷ୍ଟ୍ରରେ ସର୍ବାଧିକ ଥିବା ବେଳେ ଏଥିରେ ପୁଲିସ ବାହିନୀ ମଧ୍ୟ ବିଶେଷ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ଆଜି ପର୍ଯ୍ୟନ୍ତ ୩୦ ଜଣ ପୁଲିସ କର୍ମୀ କୋଭିଡ୍‌ ସଂକ୍ରମଣରେ ପ୍ରାଣ ହରାଇଛନ୍ତି ଏବଂ ୨୫ ଶହରୁ ଅଧିକ ଆକ୍ରାନ୍ତ ଅଛନ୍ତି। ଅନେକ ପୁଲିସ କର୍ମୀ କରୋନାରୁ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ରରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୪ ହଜାରୁ ଅଧିକ ଥିବା ବେଳେ ବିଗତ ୨ ସପ୍ତାହ ମଧ୍ୟ ଦିନ ମଧ୍ୟରେ ପ୍ରାୟ ୧ ହଜାର ପୁଲିସ କର୍ମୀ ସଂକ୍ରମିତ ହୋଇଛନ୍ତି। ଆଜି ସୁଦ୍ଧା ମୋଟ ସଂକ୍ରମିତ ପୁଲିସ କର୍ମୀଙ୍କ ସଂଖ୍ୟା ୨୫୫୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର