୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ପଜିଟିଭ ଚିହ୍ନଟ, କେରଳରୁ ୧୯ ହଜାର ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୩୦ ହଜାର ୭୭୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାଙ୍କନ ମଧ୍ୟରୁ କେବଳ କେରଳାରୁ ୧୯ ହଜାର ୩୨୫ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହା ଏବେ ଚିନ୍ତାର ବିଷୟ ପାଲଟିଛି | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ୩୦୯ ଜଣଙ୍କର ଜୀବନ ନେଇଛି | କେବଳ କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ ଜଣଙ୍କର ମୃତ୍ୟୁ ହୋଇଛି |

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଏହି ନୂଆ ପଜିଟିଭଙ୍କ ସଂଖ୍ୟାକୁ ମିଶାଇଲେ ଏପର୍ଯ୍ୟନ୍ତ ସମୁଦାୟ ୩ କୋଟି ୩୪ ଲକ୍ଷ ୪୮ ହଜାର ୧୬୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ବର୍ତ୍ତମାନ ୩ ଲକ୍ଷ ୩୨ ହଜାର ୧୫୮ଟି ସକ୍ରିୟ ମାମଲା ଥିବାବେଳେ ୩ କୋଟି ୨୬ ଲକ୍ଷ ୭୧ ହଜାର ୧୬୭ ଜଣ ଆରୋଗ୍ୟ ଲାଭ କରିଛନ୍ତି |

ବର୍ତ୍ତମାନ ସୁଦ୍ଧା ସମୁଦାୟ ୪ ଲକ୍ଷ ୪୪ ହଜାର ୮୩୮ ଜଣଙ୍କର ମୃତ୍ୟୁ ହୋଇଛି | ଦେଶରେ ଏଯାଏଁ ୮୦ କୋଟି ୪୩ ଲକ୍ଷ ୭୨ ହଜାର ୩୩୧ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୫ ଲକ୍ଷ ୪୨ହଜାର ୭୩୨ଜଣଙ୍କୁ ଟିକା ଦିଆଯାଇଛି |

ସମ୍ବନ୍ଧିତ ଖବର