ଆଣ୍ଡ୍ରୋଜେନ୍‌ ଇନ୍‌ସେନ୍‌ସିଟିଭିଟି ସିଣ୍ଡ୍ରମ କ’ଣ? ପୁରୁଷକୁ କିପରି ମିଳିଥାଏ ମହିଳା ଶରୀର?

କୋଲକାତା: ଦୁନିଆରେ ବିଭିନ୍ନ ପ୍ରକାରର ରୋଗ ସବୁ ଦିନକୁ ଦିନ ଦେଖିବାକୁ ମିଳୁଛି। ନିକଟରେ ଆଣ୍ଡ୍ରୋଜେନ୍‌ ଇନ୍‌ସେନ୍‌ସିଟିଭିଟି ସିଣ୍ଡ୍ରମ(ଏଆଇଏସ୍‌) ପରି ଏକ ଆଶ୍ଚର୍ଯ୍ୟଜନକ ରୋଗ ସାମ୍ନାକୁ ଆସିଛି। ଏଆଇଏସ୍‌ ହେଉଛି ଏକ ଏପରି ରୋଗ ଯେଉଁଥିରେ ଜନ୍ମ ବେଳରୁ ପିଲାଟି ଝିଅ ବୋଲି ଜଣାପଡ଼ିଲେ ବି ବାସ୍ତବରେ ସେମାନଙ୍କ ଜିନ୍‌ ପୁରୁଷଙ୍କର ହୋଇଥାଏ। ଶରୀର ମହିଳାଙ୍କ ପରି ବିକଶିତ ହୋଇ ଚାଲେ।

ଏହି ରୋଗରେ ରୋଗୀ ବାହାରୁ ଦେଖିବାକୁ ପୂରାପୂରି ମହିଳାଙ୍କ ପରି ହୋଇଥାନ୍ତି। ସେମାନଙ୍କର ତାଙ୍କର ଆଚରଣ, କଣ୍ଠସ୍ବର ସବୁ କିଛି ମହିିଳାଙ୍କ ପରି ହୋଇଥିଲେ ବି ବାସ୍ତବରେ ସେ ପୁରୁଷ ବୋଲି ଡାକ୍ତର ଜଣାଇଛନ୍ତି। ୨୨ ହଜାର ଲୋକଙ୍କ ମଧ୍ୟରେ ଏଭଳି ଗୋଟିଏ ‌କେସ୍‌ ମିଳିଥାଏ ବୋଲି ଡାକ୍ତର କହିଛନ୍ତି। ଏହା ବଂଶଗତ ସମସ୍ୟାରୁ ହୋଇଥାଏ।

ପଶ୍ଚିମବଙ୍ଗରେ ଏପରି ଏକ ନିଆରା ଘଟଣା ଘଟିବା ପରେ ଏହି ରୋଗକୁ ନେଇ ଚର୍ଚ୍ଚା ହେଉଛି। ଜଣେ ୩୦ ବର୍ଷୀୟା ବିବାହିତା ମହିଳା ନିଜର ପେଟ ଯନ୍ତ୍ରଣା ନେଇ ହସ୍ପିଟାଲ୍‌ ଯିବା ପରେ ସେ ପୁରୁଷ ବୋଲି ଜଣାପଡ଼ି‌ଲେ। ୯ ବର୍ଷ ତଳୁ ବିବାହ କରିଥିବା ଏହି ମହିଳା ଯେତେବେଳେ ନିଜ ସଂପର୍କିତ ଏପରି ଆଶ୍ଚର୍ଯ୍ୟଜନକ କଥା ଶୁଣିଲେ ସେ ପ୍ରଥମେ ବିଶ୍ବାସ କରିପାରିଲେ ନାହିଁ। ଡାକ୍ତରମାନେ ତାଙ୍କର ଚିକିତ୍ସା କରି କିହିଥିଲେ କି ତାଙ୍କ ପେଟରେ ପୁରୁଷମାନଙ୍କୁ ହେଉଥିବା କର୍କଟ ହୋଇଛି।

ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳାଙ୍କ ୨୮ ବର୍ଷୀୟା ଭଉଣୀ ବି ପୁରୁଷ ବାହାରିଲେ। ସେମାନଙ୍କର ଚିକିତ୍ସା କରି ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ‌ଦୁହେଁ ଆଣ୍ଡ୍ରୋଜେନ୍‌ ଇନ୍‌ସେନ୍‌ସିଟିଭିଟି ସିଣ୍ଡ୍ରମ(ଏଆଇଏସ୍‌)ରେ ପୀଡ଼ିତ।

aajtak

ପଶ୍ଚିମବଙ୍ଗର ବୀରଭୂମିର ଏହି ୩୦ ବର୍ଷୀୟା ମହିଳାଙ୍କର ହଠାତ ପେଟ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲ୍‌ ଯାଇଥିଲେ। ତାଙ୍କୁ କର୍କଟ ହୋଇଥିବା ଜଣାପଡ଼ିବା ପରେ ସେ ନେତାଜୀ ସୁବାଷ ଚନ୍ଦ୍ର ବୋଷ କ୍ୟାନ୍‌ସର ହସ୍ପିଟାଲ୍‌ରେ ଚିକିତ୍ସିିତ ହେଉଛନ୍ତି। ହସ୍ପିଟାଲ୍‌ର ଡାକ୍ତର ଅନୁପମ ଦତ୍ତ ଏବଂ ସୌମେନ୍‌ ଦାସ ତାଙ୍କ ଚିକିତ୍ସା କରି ସେ ବାସ୍ତବରେ ପୁରୁଷ ବୋଲି ଜାଣିବାକୁ ପାଇଲେ। ଏହି ମହିଳାଙ୍କୁ ଟେଷ୍ଟିକୁଲାର କର୍କଟ ହୋଇଛି, ଯାହାକି କେବଳ ପୁରୁଷମାନଙ୍କୁ ହୋଇଥାଏ। ଟେଷ୍ଟିକୁଲାର କର୍କଟକୁ ସେମିନୋମା ବି କୁହାଯାଏ।

 

ସମ୍ବନ୍ଧିତ ଖବର