ଆମେରିକାରେ ୩୦ ବର୍ଷର ପୁରୁଣା ଚର୍ଚ୍ଚ ହେବ ସ୍ୱାମୀ ନାରାୟଣ ମନ୍ଦିର

ଅହମ୍ମଦାବାଦ: ଆମେରିକାର ଭର୍ଜିନିଆ ସହରର ପୋଟ୍‌ର୍ସମାଉଥ ଠାରେ ଥିବା ଏକ ୩୦ ବର୍ଷର ପୁରୁଣା ଚର୍ଚ୍ଚ
ଖୁବ୍‌ ଶୀଘ୍ର ଏକ ହିନ୍ଦୁ ମନ୍ଦିରରେ ପରିଶତ ହେବାକୁ ଯାଉଛି। ଚର୍ଚ୍ଚର ଆବଶ୍ୟକ ପରିବର୍ତ୍ତନ କରାଯାଇ ମନ୍ଦିରର ରୂପରେଖ ଦିଆଯିବା ପରେ ସେଠାରେ ସ୍ୱାମୀ ନାରାୟଣଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା କରାଯିବ ବୋଲି ସ୍ୱାମୀନାରାୟଣ ଗଦି ସଂସ୍ଥାନ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଭର୍ଜିନିଆ ବ୍ୟତୀତ ଆମେରିକାର କାଲିଫର୍ଣ୍ଣିଆ, ଲୁଇସଭିଲ, ପେନସିଲଭାନିଆ, ଲସ୍‌ଏଞ୍ଜେଲ୍ସ ଓ ଓହିଓ ଠାରେ ଚର୍ଚ୍ଚକୁ ପୂର୍ବରୁ ମନ୍ଦିରରେ ପରିବର୍ତ୍ତନ କରାଯାଇଛି।ସେହିପରି ଇଂଲଣ୍ଡର ଲଣ୍ଡନ ଓ ମାଞ୍ଚେଷ୍ଟର ନିକଟବର୍ତ୍ତୀ ବୋଲଟନ୍‌ ସହରରେ ମଧ୍ୟ ଦୁଇଟି ଚର୍ଚ୍ଚକୁ ହିନ୍ଦୁ ମନ୍ଦିରରେ ରୂପାନ୍ତରିତ କରାଯାଇଛି। ସେହିପରି କାନଡ଼ାର ଟରେଣ୍ଟୋ ଠାରେ ମଧ୍ୟ ଏକ ୧୨୫ ବର୍ଷର ପୂରାତନ ଚର୍ଚ୍ଚକୁ ମନ୍ଦିରରେ ପରିଣତ କରିବା ପାଇଁ କିଣାଯାଇ ଥିବା ଜଣାଯାଇଛି।
ଏ ସମ୍ପର୍କରେ ସୂଚନା ଦେଇ ସ୍ୱାମୀ ନାରାୟଣ ଗଦି ସଂସ୍ଥାନର ମହନ୍ତ ଭଗବତପ୍ରିୟଦାସ ସ୍ୱାମୀ କହିଛନ୍ତି ପୁରୁଷୋତ୍ତମଦାସ ସ୍ୱାମୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ ଏହି ୩୦ ବର୍ଷର ପୁରୁଣା ଚର୍ଚ୍ଚକୁ ମନ୍ଦିରର ରୂପାନ୍ତରିତ କରିବା କାର୍ଯ୍ୟ ଜାରୀ ରହିଛି। ଭର୍ଜିନିଆରେ ବସବାସ କରୁଥିବା ହରିଭକ୍ତମାନଙ୍କ ପାଇଁ ଏହା ପ୍ରଥମ ମନ୍ଦିର ହେବାକୁ ଯାଉଛି । କେବଳ ଭର୍ଜିନିାରେ ପ୍ରାୟ ୧୦ ହଜାର ଗୁରୁରାଟୀ ରହୁଛନ୍ତି ବୋଲି ସେ କହିଛନ୍ତି। ସ୍ୱାମୀନାରାୟଣ ଗଦି ସଂସ୍ଥାନ ପକ୍ଷରୁ କୁହାଯାଇଛି ଯେ ଏହି ଚର୍ଚ୍ଚଟି ୫ ଏକର ଜମି ଉପରେ ପ୍ରତିଷ୍ଠିତ। ଏଠାରେ ୧୮ହଜାର ବର୍ଗଫୁଟ୍‌ର କଂକ୍ରିଟ୍‌ ନିର୍ମାଣ ରହିଛି। ସେହିପରି ଏକକାଳୀନ ୧୫୦ଟି କାର ପାର୍କିଂ ପାଇଁ ଏଠାରେ ସ୍ଥାନ ରହିଛି।ଏହି ଚର୍ଚ୍ଚଟିକୁ ୧.୬ ମିଲିୟନ ଡଲାରରେ କ୍ରୟ କରାଯାଇ ଏହାକୁ ମନ୍ଦିରରେ ରୁପାନ୍ତରିତ କରାଯାଉଛି।

ସମ୍ବନ୍ଧିତ ଖବର