୩୦ବର୍ଷ ପରେ ପାଟି ଖୋଲି ଆଁ କରି ପାରିଲେ ମହିଳା ବ୍ୟାଙ୍କର

ନୂଆଦିଲ୍ଲୀ: ଦିଲ୍ଲୀର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବରିଷ୍ଠ ମ୍ୟାନେଜର ଭାବେ କାମ କରୁଥିବା ମହିଳାଙ୍କ ବିରଳ ଅସ୍ତ୍ରୋପଚାର ହୋଇଛି। ୩୦ବର୍ଷ ହେବ ଉକ୍ତ ମହିଳାଙ୍କ ମୁହଁ ବନ୍ଦ ଥିଲା। ଏକ ବିରଳ ଅସ୍ତ୍ରୋପଚାର ପରେ ଯାଇ ତାଙ୍କର ମୁହଁ ଖୋଲି ପାରିଛି।

ଦେଢ଼ମାସ ପୂର୍ବରୁ ୩୦ବର୍ଷର ମହିଳାଙ୍କୁ ସାର ଗଙ୍ଗା ରାମ ହସ୍ପିଟାଲରେ ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ଅଣାଯାଇଥିଲା ଯେଉଁଠାରେ ତାଙ୍କର ଚିକିତ୍ସା ହୋଇଥିଲା। ଏମିତି କି ସେ ନିଜ ଆଙ୍ଗୁଳି ସାହାଯ୍ୟରେ ଜିଭକୁ ସ୍ପର୍ଶ ବି କରି ପାରୁ ନଥିଲେ। ବିଗତ ୩୦ବର୍ଷ ଧରି ସେ ତରଳ ପଦାର୍ଥ ଖାଇ ଜୀବିତ ରହିଥିଲେ।

ମୁହଁ ନଖୋଲିବା କାରଣରୁ ଦାନ୍ତରେ ସଂକ୍ରମଣ ହେତୁ କିଛି ଦାନ୍ତ ନଷ୍ଟ ହୋଇଯାଇଥିଲା। ଏମିତି କି ଗୋଟିଏ ଆଖିକୁ ବି ଦେଖା ଯାଉନଥିଲା। କୌଣସି ବି ହସ୍ପିଟାଲ ତାଙ୍କ ମୁହଁର ଅସ୍ତ୍ରୋପଚାର କରିବା ପାଇଁ ରାଜି ନଥିଲେ।

Medical miracle in Delhi hospital, woman able to open her mouth after 30 years | India News | Zee News

ସାର ଗଙ୍ଗା ରାମ ହସ୍ପିଟାଲର ଡିପାର୍ଟମେଣ୍ଟ ଅଫ ପ୍ଲାଷ୍ଟିକ ଆଣ୍ଡ କସମେଟିକ ସର୍ଜରୀ ବିଭାଗର  ବରିଷ୍ଠ ପ୍ଲାଷ୍ଟିକ ସର୍ଜନ ଡାକ୍ତର ରାଜୀବ ଆହୁଜାଙ୍କ ଅନୁସାରେ, ଆମେ ଯେତେବେଳେ ରୋଗୀଙ୍କୁ ଦେଖିଥିଲୁ ତାଙ୍କ ପରିବାରକୁ ଜଣାଇ ଦେଇଥିଲୁ କି ଅସ୍ତ୍ରୋପଚାର ବହୁତ ରିସ୍କ ଅଛି। ଏମିତି ବି ହୋଇପାରେ କି ଅସ୍ତ୍ରୋପଚାର ଟେବୁଲରେ ତାଙ୍କର ମୃତ୍ୟୁ ହୋଇଯାଇପାରେ। ବହୁତ ବିଚାରବିମର୍ଷ ପରେ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିଲା। ଡାକ୍ତର ରମନ ଶର୍ମା, ଡାକ୍ତର ଇତିଶ୍ରୀ ଗୁପ୍ତା,ଡାକ୍ତର ଅମ୍ବରିଶ ସାତ୍ବିକ ଓ ଡାକ୍ତର ଜୟଶ୍ରୀ ସୁଦ ଓ ଡାକ୍ତର ଅମିତାଭ ପ୍ରମୁଖ ଏହି ବିରଳ ଅସ୍ତ୍ରୋପଚାରରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର