ହରିଦ୍ବାର: କରୋନା ମହାମାରୀ ପାଇଁ ଚଳିତ ବର୍ଷ କେବଳ ଗୋଟେ ମାସ ପାଇଁ କୁମ୍ଭମେଳା କରିବାକୁ ଅନୁମତି ଦେଇଛନ୍ତି ସରକାର। କରୋନା କଟକଣା ମଧ୍ୟ କୁମ୍ଭମେଳା କରିବାକୁ ଅନୁମତି ମିଳିଥିବା ବେଳେ ୪ଦିନ ମଧ୍ୟରେ ୩୦୦ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଶଙ୍କରାଚାର୍ଯ୍ୟ ଚୌକରେ ଅବସ୍ଥିତ କୃଷ୍ଣ ଆଶ୍ରମରେ ସାତଜଣ ସାଧୁ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ କୁମ୍ଭମେଳା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। କରୋନା ସଂକ୍ରମିତ ହୋଇଥିବା ସାଧୁମାନଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଛି।

Advertisment

Kumbh duration curtailed to 1 month for first time; pilgrims must show ' negative' COVID test report - cnbctv18.com CNBCTV18

ଚଳିତ ବର୍ଷ ଉତ୍ତରାଖଣ୍ଡର ହରିଦ୍ୱାରରେ ଥିବା ଗଙ୍ଗା କୂଳରେ ଏପ୍ରିଲ ୧ରୁ ୩୦ପର୍ଯ୍ୟନ୍ତ କୁମ୍ଭମେଳା ହେବ ଏବଂ ଏପ୍ରିଲ ୧୨, ୧୪ ଏବଂ ୨୭ରେ ତିନୋଟି “ଶାହି ସ୍ନାନ” (ମୁଖ୍ୟ ସ୍ନାନ) ହେବ। ତେବେ କୁମ୍ଭମେଳାକୁ ଆରମ୍ଭ ହେବାର ୭୨ଘଣ୍ଟା ପୂର୍ବରୁ ପରୀକ୍ଷା କରାଯାଇଥିବା ନେଗେଟିଭ ଆରଟି-ପିସିଆର ପରୀକ୍ଷା ରିପୋର୍ଟ ଦାଖଲ ଭକ୍ତଙ୍କ ପାଇଁ ବାଧ୍ୟତାମୂଳକ କରିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ । କୋଭିଡ୍-୧୯ ଟିକାକରଣ କରିଥିବା ଭକ୍ତମାନଙ୍କୁ ସେମାନଙ୍କର ସାର୍ଟିଫିକେଟ୍ ଏକ ଅଫିସିଆଲ୍ ପୋର୍ଟାଲରେ ଅପଲୋଡ୍ କରିବାକୁ ପଡିବ ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ। ୧୨ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି କୁମ୍ଭମେଳା ସାଧାରଣତଃ ସାଢ଼େ ତିନି ମାସ ଧରି ଚାଲିଥାଏ। ୨୦୧୦ରେ ଶେଷ ଥର ପାଇଁ କୁମ୍ଭମେଳା ଅନୁଷ୍ଠିତ ‌ହୋଇଥିବା ବେଳେ ଜାନୁଆରି ୧୪ରୁ ଏପ୍ରିଲ ପର୍ଯ୍ୟନ୍ତ ଚାଲିଥିଲା।