କରୋନା ପରୀକ୍ଷା ନକରାଇ ବିମାନବନ୍ଦରରୁ ଖସି ପଳାଇଲେ ୩୦୦ଯାତ୍ରୀ, ଆରମ୍ଭ ହେଲା ତଦନ୍ତ

ନୂଆଦିଲ୍ଲୀ: ବୁଧବାର ଆସାମର କାଚର ଜିଲ୍ଲାର ସିଲଚର ବିମାନବନ୍ଦରରୁ ୩୦୦ଯାତ୍ରୀ କରୋନା ପରୀକ୍ଷା ନକରାଇ ଲୁଚି ପଳାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ କାଚର ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ କୋଭିଡ-୧୯ ପାଇଁ ପରୀକ୍ଷା ନକରି ବିମାନବନ୍ଦରରୁ ପଳାୟନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାଖଲ କରିବାକୁ ପ୍ରସ୍ତୁତ ହେଉଛି।

ଖବର ଅନୁଯାୟୀ ବୁଧବାର ଦିନ ୭ଟି ବିମାନ ସିଲଚର ବିମାନବନ୍ଦରରେ ଅବତରଣ କରିଥିଲା। ସେଦିନ ସମୁଦାୟ ୬୯୦ଜଣ ଯାତ୍ରୀ ୬ଟି ବିମାନରୁ ଓହ୍ଲାଇଥିଲେ। ଏହି ୬୯୦ଜଣଙ୍କ ମଧ୍ୟରୁ କେବଳ ୧୮୯ଜଣ ଯାତ୍ରୀ ନିଜର ‌କରୋନା ପରୀକ୍ଷା କରାଇଥିଲେ। ସେହି ୧୮୯ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ ଯାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

300 flyers skipped Covid-19 tests at Assam's Silchar airport on Wednesday. (Image for representation: PTI)
indiatoday

କାଚର ଜିଲ୍ଲାର ଅତିରିକ୍ତ ଡେପୁଟି କମିସନର ସୁମିତ ସତ୍ତବନଙ୍କ କହିବା ମୁତାବକ, ୪୦ ଜଣ ଯାତ୍ରୀ ଗୁଆହାଟୀରୁ ଆସିଛନ୍ତି କିମ୍ବା ସେମାନେ ଉତ୍ତର-ପୂର୍ବ ରାଜ୍ୟର ଅନ୍ୟ ଗନ୍ତବ୍ୟ ସ୍ଥାନକୁ ଯିବେ ବୋଲି କହି କରୋନା ପରୀକ୍ଷା ନକରାଇ ଚାଲିଯାଇଥିଲେ। ପ୍ରାୟ ୩୦୦ଯାତ୍ରୀ ନିଜର କରୋନା ପରୀକ୍ଷା ନକରି ବିମାନବନ୍ଦରରୁ ଚାଲିଯାଇଥିଲେ। ୪ଜଣ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିବା ସହ ଯାତ୍ରୀଙ୍କ ପାଇଁ ବସ୍ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେତେକ ବିମାନବନ୍ଦରରୁ ଖସି ପଳାଇବାରେ ସଫଳ ହୋଇଛନ୍ତି। କିନ୍ତୁ, ଯାତ୍ରୀମାନଙ୍କ ବିଷୟରେ ଆମ ପାଖରେ ସମସ୍ତ ବିବରଣୀ ଅଛି, ଯେଉଁମାନେ ନିଜର କୋଭିଡ୍-୧୯ ପରୀକ୍ଷା କରାଇନାହାଁନ୍ତି।

ସମ୍ବନ୍ଧିତ ଖବର