ପଶ୍ଚିମବଙ୍ଗ ଚାକିରି ଛାଡ଼ିଲେ ୩୦୦ ନର୍ସ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ୩୦୦ ନର୍ସ ଚାକିରି ଛାଡ଼ି ନିଜ ରାଜ୍ୟକୁ ଫେରି ଯାଇଛନ୍ତି। ଫଳରେ ଚିକିତ୍ସା କ୍ଷେତ୍ରରେ ଘୋର ସଙ୍କଟ ଦେଖା ଦେଇଛି। ହସ୍ପିଟାଲଗୁଡ଼ିକ ପକ୍ଷରୁ ଦ ଆସୋସିଏସନ୍‌ ଅଫ୍‌ ହସ୍ପିଟାଲ୍ସ ଅଫ୍‌ ଇଷ୍ଟର୍ଣ୍ଣ ଇଣ୍ଡିଆ (ଏଏଚ୍‌ଆଇଇ)ର ମୁଖ୍ୟ ସଚିବ ରାଜୀବ ସିହ୍ନାଙ୍କୁ ଚିଠି ଲେଖି ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି। ହସ୍ପିଟାଲ ସୂତ୍ରରୁ ପ୍ରକାଶ, ଗତ ସପ୍ତାହରେ ୧୫୦ ଜଣ ନର୍ସ ଚାକିରି ଛାଡ଼ି ନିଜ ରାଜ୍ୟ ମଣିପୁରକୁ ଚାଲିଗଲେ। ଶନିବାର ଦିନ ୧୬୯ ଜଣ ନର୍ସ ମଣିପୁର, ତ୍ରିପୁରା, ଓଡ଼ିଶା ଓ ଝାଡ଼ଖଣ୍ଡ ଚାଲି ଯାଇଛନ୍ତି।

ଏଏଚ୍‌ଆଇଇ ଅଧ୍ୟକ୍ଷ ପ୍ରଦୀପ ଲାଲ ମେହେଟ୍ଟା ଚିଠିରେ ଉଲ୍ଲେଖ କରିଛନ୍ତି, ନର୍ସମାନେ କାହିଁକି ଏ ରାଜ୍ୟରୁ ଚାକିରି ଛାଡ଼ି ଚାଲିଗଲେ ତାହାର ସଠିକ୍‌ କାରଣ ଜଣାପଡ଼ି ନାହିଁ। କିନ୍ତୁ ଏବେବି ଏଠାରେ ରହି ଯାଇଥିବା ଅନ୍ୟ ନର୍ସମାନଙ୍କ ସୂଚନା ଅନୁଯାୟୀ, ମଣିପୁର ସରକାର ଏ ରାଜ୍ୟରେ କାର୍ଯ୍ୟରତ ତାଙ୍କ ରାଜ୍ୟର ନର୍ସମାନଙ୍କୁ ନିଜ ରାଜ୍ୟକୁ ଫେରିଯିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ଅଭିଯୋଗକୁ ମଣିପୁର ମୁଖ୍ୟମନ୍ତ୍ରୀ ନାଂଗଖୋମବମ ବୋରିନ୍‌ ଅସ୍ବୀକାର କରିଛନ୍ତି। ଚାକିରି ଛାଡ଼ି ନିଜ ରାଜ୍ୟକୁ ଫେରିଆସିବା ପାଇଁ କାହାରିକୁ କହାଯାଇ ନାହିଁ। ଏ ରାଜ୍ୟର ନର୍ସମାନେ ଦିଲ୍ଲୀ, କୋଲକାତା, ଚେନ୍ନାଇରେ ରୋଗୀମାନଙ୍କ ସେବା କରୁଥିବାରୁ ଆମେ ଗର୍ବ ଅନୁଭବ କରୁଛୁ। ଯେଉଁମାନେ ସଂକ୍ରମିତମାନଙ୍କ ଚିକିତ୍ସା କରୁଛନ୍ତି, ସେମାନଙ୍କୁ ପୁରସ୍କୃତ କରାଯିବ। ଡାକ୍ତର ବା ନସର୍ମାନେ ଯେଉଁଠି କାମ କରୁଛନ୍ତି ହୁଏତ ସେମାନଙ୍କୁ ସେଠାରେ ଭଲ ନ ଲାଗିଲେ ଚାକିରି ଛାଡ଼ି ଦେଇପାରନ୍ତି। ତାହା ‌ସେମାନଙ୍କ ବ୍ୟକ୍ତିଗତ କଥା।

ସମ୍ବନ୍ଧିତ ଖବର