ଏଣିକି କେଦାରନାଥ ଓ ବଦ୍ରିନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଲାଗୁ ହେଲା ଶୁଳ୍କ

ନୂଆଦିଲ୍ଲୀ: ଏଣିକି କେଦାରନାଥ ଓ ବଦ୍ରିନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ୩୦୦ଟଙ୍କା ଦେବାକୁ ପଡିବ । ଶ୍ରୀବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଏହି ଘୋଷଣା କରିଛନ୍ତି ।  ଏଥିସହିତ କେଦାରନାଥରେ ୧୦୦ କିଲୋଗ୍ରାମର ଏକ ତ୍ରିଶୁଳ ସ୍ଥାପନା କରାଯିବା ମଧ୍ୟ ସୂଚନା ରହିଛି । ଏହାକୁ ନେଇ ମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ପ୍ରୋଟକଲ୍ ବ୍ୟବସ୍ଥା କରାଯିବାର ଯୋଜନା ରହିଛି।

ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ବା ବିକେଟିସି ପୂର୍ବରୁ ଦେଶର ୪ଟି ପ୍ରମୁଖ ମନ୍ଦିର ତିରୁପତି ବାଲାଜୀ, ଶ୍ରୀ ବୈଷ୍ଣୋ ଦେବୀ, ମହାକାଳେଶ୍ୱର ଓ ଶ୍ରୀ ସୋମନାଥ ମନ୍ଦିରରେ ପୂଜା ଓ ଦର୍ଶନ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ୪ଟି ଟିମକୁ ପଠାଇଥିଲେ।

ଏହି ଟିମର ରିପୋର୍ଟ ଅନୁସାରେ, ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ବଦ୍ରିନାଥ ଓ କେଦାରନାଥଙ୍କ ଦର୍ଶନ ପାଇଁ ଆସୁଥିବା ସବୁପ୍ରକାର ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ଓ ଭୋଗ ପାଇବାର ବ୍ୟବସ୍ଥା କରିଛନ୍ତି । ଏହି ସ୍ବତନ୍ତ୍ର ଦର୍ଶନ ଲାଗି ପ୍ରତି ବ୍ୟକ୍ତିଙ୍କୁ ୩୦୦ଟଙ୍କା ଲେଖାଏଁ ଶୁଳ୍କ ଦେବା ପାଇଁ ହେବ।

ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି କେନାଲ ରୋଡସ୍ଥିତ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଅଜେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଆ‌ୟ‌ୋଜିତ ବୈଠକରେ ମନ୍ଦିରର ବାର୍ଷିକ ବଜେଟକୁ ବୋର୍ଡଙ୍କ ସମକ୍ଷରେ ଉପସ୍ଥାପନା କରିଥିଲେ। ବୋର୍ଡ ବୈଠକରେ ଆଗାମୀ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୭୬, ୨୫,୭୬,୬୧୮ ଟଙ୍କାର ବଜେଟ ପ୍ରସ୍ତାବନା କରିଛନ୍ତି। ଏହି କ୍ରମରେ ବଦ୍ରିନାଥ ପାଇଁ ୩୯,୯୦,୫୭,୪୯୨ ଟଙ୍କା ଓ କେଦାରନାଥ ପାଇଁ ୩୬,୩୫,୧୯,୧୨୬ ଟଙ୍କା ପ୍ରସ୍ତାବିତ ହୋଇଛି।

ସମ୍ବନ୍ଧିତ ଖବର