ପଞ୍ଜଶିର ସେନା ଆକ୍ରମଣରେ ୩୦୦ ତାଲିବାନୀ ନିହତ, ଆତ୍ମସମର୍ପଣ ନକରିବା ଜିଦରେ ଅଟଳ ପଞ୍ଜଶିରର ନେତା ଅହମ୍ମଦ ମାସୁଦ୍

ନୂଆଦିଲ୍ଲୀ: ପଞ୍ଜଶିର ଆଡକୁ ଅଗ୍ରସର ହେଉଥିବା ତାଲିବାନଙ୍କ ଉପରେ ବଗଲାନ୍ ନିକଟରେ ଅତର୍କିତ ଆକ୍ରମଣ ହେବାରୁ ୩୦୦ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନ୍ୟ କିଛି ଆତଙ୍କବାଦୀଙ୍କୁ ବନ୍ଦୀ କରାଯାଇଥିବା ବିବିସି ପ୍ରକାଶ କରିଛି । ଅନ୍ୟପଟେ ତାଲିବାନର ଧମକ ପରେ ବି ଆତ୍ମସମର୍ପଣ କରିବାକୁ ରୋକଠୋକ ମନା କରିଛନ୍ତି ପଞ୍ଜଶିରରେ ଥିବା ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌ ଓ ସେଠିକାର ନେତା ଅହମ୍ମଦ ମାସୁଦ୍ ।

ସୂଚନା ମୁତାବକ, ତାଲିବାନ ବିରୋଧୀ ସେନା ଆଫଗାନିସ୍ତାନର ଉତ୍ତରରେ ଥିବା ବଗଲାନ୍ ଓ ପଞ୍ଜଶିରରୁ ତାଲିବାନକୁ ତଡିବାକୁ ସମର୍ଥ ହୋଇଛନ୍ତି । ଏହି ସେନା ପୁଲ-ଏ-ହିସାର, ଦେହ-ସଲାହ ଓ ବାନୁ ଜିଲ୍ଲାକୁ ନିଜ ଅକ୍ତିଆରରେ ରଖିଥିଲେ । ହେଲେ ଗତ ଶୁକବ୍ରାର ତାଲିବାନ୍ ବାନୁ ଜିଲ୍ଲାକୁ ପୁଣି କବଜା କରିବା ପରେ ଅନ୍ୟ ଦୁଇଟି ଜିଲ୍ଲାକୁ କବଜା କରିବାକୁ ପ୍ରସ୍ତୁତ ହେଉଛି। ହେଲେ ତାଲିବାନର ଏହି ଯୋଜନା ସଫଳ ହେବ ନାହିଁ ବୋଲି ଚେତାଇ ଦେଇଛନ୍ତି ଅମରୁଲ୍ଲା।

Image

ଏହାସତ୍ୱେ ପଞ୍ଜଶିର ଚାରିପଟେ ତାଲିବାନ ନିଜ ସେନା ଘେରାଉ କରିଥିବା ସୂଚନା ରହିଛି । ଅନ୍ୟପଟେ ପଞ୍ଜଶିରର ନେତା ଅହମ୍ମଦ ମାସୁଦ ନିଜ କ୍ଷେତ୍ରକୁ ନଛାଡିବାକୁ ଘୋଷଣା କରିଛନ୍ତି । ସେମାନେ ଯୁଦ୍ଧ ଚାହାଁନ୍ତି ନାହିଁ । କିନ୍ତୁ ତାଲିବାନ ସହ ଅଲୋଚନା ଯଦି ବିଫଳ ହୁଏ ତାହାଲେ ଯୁଦ୍ଧକୁ ଟାଳିହେବ ନାହିଁ ବୋଲି ଅହମ୍ମଦ କହିଛନ୍ତି ।
ସମ୍ବନ୍ଧିତ ଖବର