ଭୋପାଳ(ମଧ୍ୟପ୍ରଦେଶ) : କରୋନାଭୂତାଣୁ ସଂକ୍ରମଣର ଶିକାର ହେଲେ ସାରା ପରିବାରର ମାଗଣା ଚିକିତ୍ସା ସହ ମାସିକ ଭତ୍ତା ବଢ଼ାଇବା ଆଦି ଦାବିରେ ଦୀର୍ଘ ୪ ଦିନ ହେଲା ମଧ୍ୟପ୍ରଦେଶରେ ଧର୍ମଘଟ ଚଳାଇଥିବା କନିଷ୍ଠ ଡାକ୍ତରମାନଙ୍କୁ ଗୁରୁବାର ହାଇକୋର୍ଟରୁ ଝଟ୍କା ମିଳିଛି। ରାଜ୍ୟର ୬ଟି ସରକାରୀ ଭେଷଜ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୩ ହଜାର ପାଖାପାଖି ଏହି କନିଷ୍ଠ ଡାକ୍ତରଙ୍କ ଏପରି ଆନ୍ଦୋଳନ ବେଆଇନ ବୋଲି ଅଦାଲତ ଟିପ୍ପଣୀ କରିବା ସହ ୨୪ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗଦେବାକୁ ସେମାନଙ୍କୁ ନିର୍ଦ୍ଦେଶ କରିଥିଲେ। ମାତ୍ର ଏହି ଆନ୍ଦୋଳନରତ ଡାକ୍ତରମାନେ ସେମାନଙ୍କର ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରଖିବେ ବୋଲି ଜିଦ୍ରେ ଅଟଳ ରହିବା ସହ ଅଦାଲତଙ୍କ ଏହି ରାୟ ବିରୋଧରେ ସୁପ୍ରିମ୍ କୋର୍ଟଙ୍କ ଆଶ୍ରୟ ନେବେ ବୋଲି କହିଛନ୍ତି। ଗୁରୁବାର ସେମାନେ ନିଜ ନିଜ ପଦବିରୁ ସମୂହ ଇସ୍ତଫା ଦେବା ସହ ନିଜର ଇସ୍ତଫାପତ୍ରଗୁଡ଼ିକ ସଂପୃକ୍ତ କଲେଜର ଡିନ୍ମାନଙ୍କ ପାଖକୁ ପଠାଇଦେଇଛନ୍ତି ।
ଧର୍ମଘଟକୁ ଅଦାଲତ ବେଆଇନ କହିବାରୁ ୩,୦୦୦ ଡାକ୍ତରଙ୍କ ଇସ୍ତଫା
/sambad/media/post_attachments/wp-content/uploads/2020/07/22012287_web1_Doctor_stock-dr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)