ନୂଆଦିଲ୍ଲୀ : ଦେଶରେ ୩୦,୫୪୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪୨୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ସର୍ବାଧିକ ସଂକ୍ରମଣ ମାମଲା ରହିଛି। ଉକ୍ତ ୫ ରାଜ୍ୟରେ ନୂଆ ସଂକ୍ରମଣ ମାମଲାର ୭୭.୪ ପ୍ରତିଶତ ଥିବାବେଳେ କେବଳ କେରଳରେ ମୋଟ୍ ନୂଆ ମାମଲାର ୪୫.୭୮ ପ୍ରତିଶତ ରହିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୪୨୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେରଳରେ ସର୍ବାଧିକ ୧୧୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୯୦ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ୩୮,୮୮୭ ଜଣ କରୋନାରୁ ସୁସ୍ତ ହୋଇଛନ୍ତି। ଅନ୍ୟପକ୍ଷେ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୦୮,୯୬,୩୫୪ରେ ପହଞ୍ଚିଛି ଏବଂ ଆରୋଗ୍ୟ ହାର ୯୭.୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ଏବେ ୪,୦୪,୯୫୮ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୧,୦୯, ୫୮୭ ଡୋଜ୍ ଟିକା ଦିଆଯାଇଥିବାବେଳେ ମୋଟ୍ ଟିକାକରଣ ସଂଖ୍ୟା ୪୭,୮୫,୪୪,୧୧୪କୁ ବୃଦ୍ଧି ପାଇଛି।
୩୦ ହଜାର ନୂଆ ମାମଲା, କେରଳରେ ସର୍ବାଧିକ ମୃତ୍ୟୁ
/sambad/media/post_attachments/wp-content/uploads/2021/08/4h5456h4s65h456fs45hfshhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)