ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସାଇବର କ୍ରାଇମ୍ ପୋର୍ଟାଲ (ସାଇବରକ୍ରାଇମ୍.ଗଭ୍.ଇନ୍) ଦୈନିକ ଆର୍ଥିକ ଜାଲିଆତି ନେଇ ୩,୫୦୦ରୁ ଅଧିକ ଅଭିଯୋଗ ପାଉଛି ବୋଲି ଜାତୀୟ ସାଇବର ସିକ୍ୟୁରିଟି କୋ-ଅର୍ଡିନେଟର ଡ ରାଜେଶ ପନ୍ଥ କହିଛନ୍ତି। ପନ୍ଥ ବୁଧବାର ସୁପ୍ରିମ୍‌କୋର୍ଟ ଓକିଲ ଏନ୍‌ଏସ୍ ନାପିନାଇଙ୍କ ଏକ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଏହିକଥା କହିଛନ୍ତି।

Advertisment

ପନ୍ଥ କହିଛନ୍ତି ଯେ, ସାଇବର ଠକମାନେ ବିଶେଷତଃ ବିଧୁର (ବିପତ୍ନୀକ) ଓ ବରିଷ୍ଠ ନାଗରିକମାନଙ୍କୁ ଟାର୍ଗେଟ କରୁଛନ୍ତି। କିନ୍ତୁ ଅପରାଧୀମାନେ ଧରାପଡ଼ିବା ଓ ଦଣ୍ଡିତ ହେବା ହାର ବହୁତ କମ୍। ସାଇବର ଅପରାଧକୁ ସାଧାରଣ ଅପରାଧ ଧରାଯିବ କି ତା’ପାଇଁ ସ୍ବତନ୍ତ୍ର ଆଇନ ହେବ ସେ ନେଇ ବିଶେଷଜ୍ଞମାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଐକମତ୍ୟ ଆସିପାରୁନି ବୋଲି ପନ୍ଥ କହିଛନ୍ତି।