ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ଏମ୍‌ସ ଦ୍ବାରା ଭୁବନେଶ୍ବର ସମେତ ଦେଶର ୧୮ଟି ଏମ୍‌ସରେ ନର୍ସମାନଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସବୁ ଏମ୍‌ସରେ ମୋଟ ୩୦୩୫ ନର୍ସ ନିଯୁକ୍ତ ହେବେ। ୮୦ ପ୍ରତିଶତ ପଦ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। କେବଳ ୨୦ ପ୍ରତିଶତ ପଦ‌ରେ ପୁରୁଷ ନର୍ସିଂ କର୍ମଚାରୀ ନିଯୁକ୍ତ ହେବେ।