ଇସଲାମାବାଦ : ପାକିସ୍ତାନ ଜେଲ୍ରେ ୩୦୮ ଭାରତୀୟ କଏଦୀ ବନ୍ଦୀ ଥିଲେ। ଏମାନଙ୍କ ମଧ୍ୟରେ ୨୬୬ ଜଣ ଧୀବର। ଉକ୍ତ ୩୦୮ ଭାରତୀୟ କଏଦୀଙ୍କୁ ପାକିସ୍ତାନ ଆଜି ଭାରତକୁ ହସ୍ତାନ୍ତର କରିଛି। ଇସଲାମାବାଦ ସ୍ଥିତ ଭାରତୀୟ ହାଇ କମିସନକୁ ପାକିସ୍ତାନ ଆଜି ଭାରତୀୟ କଏଦୀଙ୍କୁ ହସ୍ତାନ୍ତର କରିଛି। ସେହିପରି ଭାରତ ମଧ୍ୟ ଭାରତୀୟ ଜେଲ୍ରେ ବନ୍ଦୀଥିବା ୪୧୭ ପାକିସ୍ତାନୀ କଏଦୀଙ୍କୁ ପାକିସ୍ତାନକୁ ହସ୍ତାନ୍ତର କରିଛି। ଉଲ୍ଲେଖଯୋଗ୍ୟ, ଭାରତ ଏବଂ ପାକିସ୍ତାନ ଲଗାତାର ଭାବେ ସାମୁଦ୍ରିକ ସୀମା ଉଲ୍ଲଂଘନ କାରଣ ପାଇଁ ପରସ୍ପରର ଧୀବରଙ୍କୁ ଗିରଫ କରୁଛନ୍ତି। ତେବେ ଭାରତ ସରକାରଙ୍କ ଉଦ୍ୟମକ୍ରମେ ୨୦୧୪ରୁ ଏଯାବତ ୨,୫୫୯ ଭାରତୀୟ ଧୀବରଙ୍କୁ ପାକିସ୍ତାନ ଛାଡ଼ିଲାଣି।
ପାକିସ୍ତାନ ଜେଲ୍ରୁ ମୁକୁଳିଲେ ୩୦୮ ଭାରତୀୟ ବନ୍ଦୀ
ଭାରତରୁ ଖଲାସ ହେଲେ ୪୧୭ ପାକିସ୍ତାନୀ
/sambad/media/post_attachments/wp-content/uploads/2023/07/pakistan-ww.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)