ଓ୍ଵାସିଂଟନ: ଆମେରିକାରେ ପ୍ରତିଦିନ ପ୍ରାୟ ୩୦ ଲକ୍ଷ ଲୋକ ବନ୍ଧୁକ ଧରି ଘରୁ ବାହାରୁଥିବା ଏକ ଆକଳନରୁ ଜଣାପଡ଼ିଛି। ନିଜର ସୁରକ୍ଷା ପାଇଁ ସେମାନେ ବନ୍ଧୁକ ଧରି ଘରୁ ବାହାରୁଥିବା ଦର୍ଶାଇଥିବା ବେଳେ ଏହା ଆମେରିକାର ବିପଜ୍ଜନକ ବନ୍ଧୁକ ସଂସ୍କୃତିର ନଗ୍ନ ନମୁନା ବୋଲି କୁହାଯାଉଛି । ‘ଆମେରିକାନ ଜର୍ଣ୍ଣାଲ ଅଫ୍ ପବ୍ଲିକ୍ ହେଲ୍ଥ’ରେ ପ୍ରକାଶିତ ରିପୋର୍ଟ ମୁତାବକ ଏତେ ସଂଖ୍ୟକ ଆମେରିକୀୟ ଗୁଳି ଭରା ବନ୍ଧୁକ ପାଖରେ ରଖୁଥିବାରୁ ହିଂସା ଆଶଙ୍କା ବଢ଼ୁଛି। ପ୍ରତି ମାସରେ ପ୍ରାୟ ୯୦ ଲକ୍ଷ ଲୋକ ଗୁଳିଭର୍ତ୍ତି ବନ୍ଧୁକ ଧରି ଘରୁ ବାହାରୁଥିବା ଜଣାପଡ଼ିଛି। ୧୮ରୁ ୨୯ ବର୍ଷର ଯୁବକଙ୍କମାନେ ମାସରେ ଅନ୍ତତଃ ଥରେ ବନ୍ଧୁକ ଧରି ବାହାରୁଥିବା ସର୍ଭେରୁ ଜଣାପଡ଼ିଛି। ବନ୍ଧୁକଧାରୀ ପ୍ରତି ୫ ଜଣରୁ ୪ ଜଣ ନିଜର ସୁରକ୍ଷା ପାଇଁ ବନ୍ଧୁକ ଧରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ପ୍ରତି ୫ ଜଣରୁ ଜଣେ ବିନା ସରକାରୀ ଅନୁମୋଦନରେ ବନ୍ଧୁକ ରଖିଥିବା ଜଣାପଡ଼ିଛି ।
୩୦ ଲକ୍ଷ ଆମେରିକୀୟଙ୍କ ହାତରେ ବନ୍ଧୁକ
/sambad/media/post_attachments/wp-content/uploads/2017/10/gun.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)