ମହରମ୍‌ ଶୋଭାଯାତ୍ରା ବେଳେ ଦଳାଚକଟା, ୩୧ମୃତ

ବାଗଦାଦ୍‌ : ଇରାକ୍‌ର କର୍‌ବଲରେ ମହରମ ଶୋଭାଯାତ୍ରା‌ ଚାଲିଥିବା ବେଳେ ଦଳାଚକଟା ହୋଇ ୩୧ ଜଣଙ୍କ ମୃତ୍ୟୁହୋଇଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ମହରମ୍‌ ଉତ୍ସବ ଅବସରରେ କରବଲରେ ଥିବା ଇମାମ୍‌ ହୁସେନ୍‌ଙ୍କ ସମାଧିସ୍ଥଳ ଅଭିମୁଖେ ଲକ୍ଷାଧିକ ଲୋକ ଶୋଭାଯାତ୍ରାରେ ଯାଉଥିବାବେଳେ ହଠାତ୍‌ ରାସ୍ତାର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଭୟରେ ଲୋକେ ଧାଁ ଧପଡ଼ କରିବାରୁ ଦଳା ଚକଟା ହୋଇଥିଲା। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ପ୍ରାୟ ୫୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୂର୍ବ ବର୍ଷମାନଙ୍କରେ ଏହି ଶୋଭାଯାତ୍ରାରେ ଆତଙ୍କବାଦୀ ଆକ୍ରମଣ ହେଉଥିଲା। ଏଥର ମହରମ୍‌ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଥିଲେ ମଧ୍ୟ ଦଳା ‌ଚକଟା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି।

ସମ୍ବନ୍ଧିତ ଖବର