ଜମ୍ମୁ-କଶ୍ମୀର: ବୁଧବାର ଦିନ ପ୍ରବଳ ବର୍ଷା ମଧ୍ୟରେ ଜମ୍ମୁ କଶ୍ମୀରରେ ଭୂସ୍ଖଳନ ଘଟି ଏବେ ସୁଦ୍ଧା ୩୧ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଏବେ ସୁଦ୍ଧା ୨୩ ଜଣ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି। ଆହୁରି ଅଧିକ ଲୋକ ଫସି ରହିଥିବା ଆଶଙ୍କା କରି ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ଖୋଜାଖୋଜି ଜାରି ରଖିଛନ୍ତି।
ଜମ୍ମୁ ଏବଂ କଶ୍ମୀରରେ ଅବିରତ ବର୍ଷା ଯୋଗୁ ବନ୍ୟା ଏବଂ ଭୂସ୍ଖଳନ ହୋଇଛି। ଜମ୍ମୁରେ ଏକ ବଡ଼ ଧରଣର କ୍ଷତି ହୋଇଛି। ଭୂସ୍ଖଳନରେ ପୋଲ ଭୁଶୁଡ଼ି ପଡ଼ିଛି, ବିଦ୍ୟୁତ ତାର ଏବଂ ମୋବାଇଲ୍ ଟାୱାର ଗୁରୁତର ଭାବରେ ନଷ୍ଟ ହୋଇଛି। ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ଯୋଗୁ ବନ୍ୟା ଏବଂ ଜଳବନ୍ଦୀ ହେବା ପରେ ମଙ୍ଗଳବାର ପର୍ଯ୍ୟନ୍ତ ୩,୫୦୦ ରୁ ଅଧିକ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି।
ଗାତାର ୩ ଦିନ ଧରି ଜମ୍ମୁ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ସମସ୍ତ ନଦୀ ଏବେ ବିପଦସଙ୍କେତ ଟପି ପ୍ରବାହିତ ହେଉଛି। ଏହାଦ୍ବାରା ଅନେକ ସଂଖ୍ୟାରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ବିପର୍ଯ୍ୟୟ ପାଇଁ ଜମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ହୋଇ ଅନେକ ଲୋକଙ୍କ ଜୀବନ ଗଲାଣି।
ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଥିବା ଏହି ପ୍ରସିଦ୍ଧ ପୁଜାସ୍ଥଳକୁ ଏବେ ଯାତ୍ରା ବନ୍ଦ ରହିଛି। ଭୂସ୍ଖଳନ ହେବାପରେ ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାର ଅପରେସନ୍ ଜାରି ରହିଛି। ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଅର୍ଦ୍ଧକୁମାରୀ ନିକଟ ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକଟରେ ଏହି ଭୂସ୍ଖଳନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/27/new-project-1-2025-08-27-09-34-48.jpg)