ନୂଆଦିଲ୍ଲୀ : ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ନିର୍ବାଚନ ଫଳାଫଳ ଆସିବା ପରେ ହିଁ ଜଣାପଡ଼ିବ। କିନ୍ତୁ ରାଜ୍ୟରେ ପ୍ରାୟ ୩୧ ପ୍ରତିଶତ ଲୋକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଚାହୁଛନ୍ତି। ଆଇଏଏନ୍ଏସ-ସି ଭୋଟର ବିହାର ଜନମତ ସର୍ଭେରୁ ଏହା ଜଣାପଡ଼ିଛି। ବିହାରରେ ୩୦.୯ ପ୍ରତିଶତ ଲୋକ ନୀତୀଶ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାପାଇଁ ଚାହୁଛନ୍ତି। ମୁଖ୍ୟମନ୍ତ୍ରୀ ହେବାପାଇଁ ନୀତୀଶ ହୋଇଛନ୍ତି ସବୁଠାରୁ ପସନ୍ଦଯୋଗ୍ୟ ପ୍ରାର୍ଥୀ। ନୀତୀଶଙ୍କ ପରେ ଆରଜେଡିର ତେଜସ୍ବୀ ଯାଦବଙ୍କୁ ୧୫.୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି। ଏହାପରେ ସୁଶୀଲ ମୋଦୀଙ୍କ ପାଇଁ ୯.୨ ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି। ତେବେ ଆର୍ଜେଡି ସୁପ୍ରିମୋ ଏବଂ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ପୁଣିଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାପାଇଁ ୮.୩ ପ୍ରତିଶତ ଭୋଟର ଚାହିଛନ୍ତି। ୬.୫ ପ୍ରତିଶତ ଲୋକ ଲୋକ ଜନଶକ୍ତି ପାର୍ଟି ନେତା ରାମ ବିଳାସ ପାସ୍ବାନ୍ଙ୍କୁ ସେମାନଙ୍କ ପସନ୍ଦିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କହିଛନ୍ତି। ବିହାର କଂଗ୍ରେସ ନେତା ତାରିକ୍ ଅନ୍ୱର ମୁଖ୍ୟମନ୍ତ୍ରୀ ହେବାପାଇଁ ୨.୧ ପ୍ରତିଶତ ଲୋକ ଏବଂ ବିଜେପି ନେତା ଗିରିରାଜ ସିଂହ ମୁଖ୍ୟମନ୍ତ୍ରୀ ହେବାପାଇଁ ୬.୨ ପ୍ରତିଶତ ଲୋକ ଚାହାନ୍ତି। ସେହିପରି ୫.୧ ପ୍ରତିଶତ ଲୋକ ସମତା ପାର୍ଟି ନେତା ଉପେନ୍ଦ୍ର କୁଶୱାହା ମୁଖ୍ୟମନ୍ତ୍ରୀ ହେବାପାଇଁ ଚାହାନ୍ତି।
୩୧% ଜନତା ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରୁଛନ୍ତି
/sambad/media/post_attachments/wp-content/uploads/2020/02/nitish-kumar-dnaindia-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)