ନୂଆଦିଲ୍ଳୀ:୨୦୧୮ ମସିହା ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦ ଚଳାଉଥିବା ଆତଙ୍କବାଦୀମାନଙ୍କ ପାଇଁ ମୃତ୍ୟୁଲୋକ ପ୍ରମାଣିତ ହୋଇଛିି। କେବଳ ୨୦୧୮ ମସିହାରେ ଭାରତୀୟ ସେନା ଓ ପାରାମିଲିଟାରୀ ଫୋର୍ସ ଜାମ୍ମୁ ଓ କଶ୍ମୀର ପୁଲିସ ସହିତ ମିଳିତ ଭାବେ ୨୪୮ଜଣ ଆତଙ୍କବାଦୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛନ୍ତି। ସେହିପରି ୫୮ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫ ଜଣ ଆତଙ୍କବାଦୀ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଛନ୍ତି।ଏହି ପରିଭାବେ ମୋଟ୍ ୩୧୧ ଜଣ ଆତଙ୍କବାଦୀଙ୍କୁ ନିରସ୍ତ୍ର କରିବାରେ ଭାରତୀୟ ସେନା ସଫଳତା ପାଇଛି ।କେବଳ ଶୀଷ୍ର୍ ନେତଢତ୍ୱର ଆତଙ୍କବାଦର ମୁୂକାବିଲା ପାଇର୍ ମିଳିଥିବା ସ୍ୱାମୀନତା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ବୋଲି ପୂର୍ବତନ ଡିଜିଏମଓ ତଥା ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ କର୍ଣ୍ଣେଲ ଅନୀଲ ଭଟ୍ଟ୍ କହିଛନ୍ତି।
ପାକିସ୍ତାନର ବର୍ଡର ଆକ୍ସନ ଟିମ୍ ସହଯୋଗରେ ଗତ କାଲି ଭାରତର ନାଉଗାମ ସେକ୍ଟରେ ଏଲଓସି ଅତିକ୍ରମ ଉଦ୍ୟମ ବେଳେ ୨ ଜଣ ଆତଙ୍କବାଦୀ ଜଙ୍ଗଲ ଭିତରେ ଭାରତୀୟ ସେନା ଗୁଳିରେ ନିହତ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଦେବା ଅବସରରେ ଲେଫ୍ଟନାଣ୍ଟ ଜେନେରାଲ ଭଟ୍ଟ୍ ଏହା କହିଛନ୍ତି।
/sambad/media/post_attachments/wp-content/uploads/2018/12/j-k-300x225.jpg)
ଲେଫ୍ଟନାଣ୍ଟ ଜେନେରାଲ ଭଟ୍ଟ୍ କହିଛନ୍ତି ଯେ ୨୦୧୭ ମସିହାରେ ୨ଶହ ଆତଙ୍କବାଦୀ ଭାରତୀୟ ସେନା ଗୁଳିରେ ପ୍ରାଣ ହରାଇଥିଲେ। ତେବେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଭାରତୀୟ ସେନା, ପାରାମିଲିଟାରୀ ଫୋର୍ସ ଓ ଜାମ୍ମୁ ଓ କଶ୍ମୀର ପୁଲିସର ମିଳିତ ଅପରେସନ୍ ନିକଟରେ ଆତଙ୍କବାଦୀମାନଙ୍କ ଚାଲ କାର୍ଯ୍ୟ କରୁନାହିଁ। ବିଶେଷ କରି ସେନାର ନ୍ୟାୟପୂର୍ଣ୍ଣ କାର୍ଯ୍ୟ ଓ ଆତଙ୍କବାଦୀ ଦମନ କାର୍ଯ୍ୟ ପାଇଁ ଦେଶର ଶୀର୍ଷ ନେତୃତ୍ୱ ସ୍ୱାଧୀନତା ଦେଇଥିବାରୁ ସେନା ମନୋବଳ ଉଚ୍ଚ ରହିଥିବା ଶ୍ରୀ ଭଟ୍ଟ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Bhatt_Nov3.jpg)