ଅଗ୍ନିକାଣ୍ଡ ପରେ ମୁମ୍ବାଇରେ ୩୧୪ ବେଆଇନ୍ ରେସ୍ତୋରା, ବାର୍ ଓ ପବ୍ ଭାଙ୍ଗିଲା ବିଏମ୍ସି
ମୁମ୍ବାଇ: କମଳା ମିଲ୍ସ୍ ଅଗ୍ନିକାଣ୍ଡ ପରେ ବିଏମ୍ସି ବ୍ୟାପକ ଭଙ୍ଗାରୁଜା ଅଭିଯାନ ଆରମ୍ଭ କରିଛି। ଶନିବାର ଦିନ ବିଏମ୍ସି ମୁମ୍ବାଇର ୩୧୪ ରେସ୍ତୋରାଁ, ବାର୍, ପବ୍ର ବେଆଇନ୍ ଏବଂ ହୁକା ପାର୍ଲୋର୍ର ଏକ୍ଷ୍ଟେନ୍ସନ୍କୁ ଭାଙ୍ଗି ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାଛଡ଼ା ବ୍ୟାପକ ନିୟମ ଉଲ୍ଲଂଘନ କରିଥିବା ସାତଟି ରେସ୍ତୋରାଁକୁ ସିଲ୍ କରାଯାଇଛି। ଏଥିସହ ୪୧୭ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ମଧ୍ୟ ଜବତ କରାଯାଇଛି। ଆସନ୍ତା ସପ୍ତାହ ଯାଏଁ ଭଙ୍ଗା ଅଭିଯାନ ଚାଲିବ ବୋଲି ପୌର ଅଧିକାରୀମାନେ କହିଛନ୍ତି।
ଓ୍ଵାନ୍ଏବଭ୍ର ତିନି ଜଣ ଅଂଶୀଦାରଙ୍କ ବିରୋଧରେ ପୁଲିସ ଲୁକ୍ଆଉଟ୍ ନୋଟିସ୍ ଜାରି କରବା ସହ ଟାଉନ୍ ପ୍ଲାନିଙ୍ଗ୍ ନର୍ମ ଉଲ୍ଲଂଘନ କରିଥିବାରୁ ପୁଣି ଥରେ ସେମାନଙ୍କ ବିରୋଧରେ ସଦ୍ୟ କେସ୍ ରେଜିଷ୍ଟର୍ କରାଯାଇଛି।
ଶନିବାର ସକାଳେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ମଲ୍, ହୋଟେଲ୍ କିଂବା ମିଲ୍ ପରିସରରେ ଥିବା ସମୁଦାୟ ୬୨୪ ପ୍ରତିଷ୍ଠାନ ଚିହ୍ନଟ କରାଯାଇଛଇ। ସେଥିରୁ ନିୟମ ଉଲ୍ଲଂଘନ କରିଥିବା ୩୧୪ ପ୍ରତିଷ୍ଠାନ ବିରୋଧରେ ବିଏମ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେଥିରୁ ଅନେକ ପ୍ରତିଷ୍ଠାନ ନବବର୍ଷ ଉପଲକ୍ଷେ ବର୍ଦ୍ଧିତ ଟେରାସ ପରିସରରେ ସାଜସଜ୍ଜା କରିଥିଲେ। ବିଏମ୍ସିର କାର୍ଯ୍ୟନୁଷ୍ଠାନ ପରେ ସେ ସବୁ ବନ୍ଦ କରି ଦେଇଛନ୍ତି।