ନୂଆଦିଲ୍ଲୀ : ନିକଟରେ ମିଅାଁମାର ଅଧିକାରୀମାନେ ୩ଟି ଗଣ କବରରୁ ୪୫ ହିନ୍ଦୁଙ୍କ ମରଶରୀର ଉଦ୍ଧାର କରିଥିଲେ ଏବଂ ଏହା ବେଶ୍ ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ପୁଣି ମିଅାଁମାର ସରକାରି ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ମିଅାଁମାରର ରାଖିନେ ରାଜ୍ୟରେ ରୋହିଙ୍ଗ୍ୟା ମୁସଲିମ ଆତଙ୍କବାଦୀଙ୍କ ଆକ୍ରମଣରେ ଗତବର୍ଷ ୧୬୩ଙ୍କ ମୃତ୍ୟୁ ହୋଇଛି ଏବଂ ପାଖାପାଖି ୯୧ ଜଣ ନିଖୋଜ ହୋଇଯାଇଛନ୍ତି। ସରକାରଙ୍କ ସୂଚନା କମିଟି ଏହାର ଫେସବୁକ୍ ପେଜ୍ରେ ପୋଷ୍ଟ୍ କରିଥିବା ଏକ ଷ୍ଟେଟମେଣ୍ଟ୍ରୁ ଜଣାଯାଇଛି ଅକ୍ଟୋବର ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ରୋହିଙ୍ଗ୍ୟା ଆକ୍ରମଣରେ ୭୯ ଜଣଙ୍କ ହତ୍ୟା କରାଯାଇଛି ଏବଂ ୩୭ ଜଣ ନିଖୋଜ ରହିଛନ୍ତି। ନିଖୋଜଙ୍କ ମଧ୍ୟରେ ସ୍ଥାନିୟ ଅଧିକାରୀ, ସରକାରୀ କର୍ମଚାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟ ସଂଶ୍ଳିଷ୍ଟ ରହିଛନ୍ତି। ଅଗଷ୍ଟ ୨୫ ତାରିଖ ପରଠୁ ଅନ୍ୟ ୮୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୪ ଜଣ ନିଖୋଜ ରହିଛନ୍ତି। ଅଗଷ୍ଟ ୨୫ ତାରିଖରେ ଅରାକନ୍ ରୋହିଙ୍ଗ୍ୟା ସାଲଭେସନ ଆର୍ମୀ (ଆର୍ସା) ଦ୍ୱାରା ୩୦ଟି ପୁଲିସ ଆଉଟପୋଷ୍ଟ୍ ଉପରକୁ ଆକ୍ରମଣ ଦ୍ୱାରା ବହୁ ଜୀବନ ହାନୀ ହୋଇଥିଲା। ତେବେ ଆର୍ସା ଦ୍ୱାରା ହୋଇଥିବା ଆକ୍ରମଣରେ ୧୦୦ ଜଣ ନିଖୋଜ ହୋଇଥିବାବେଳେ ସେଥି ମଧ୍ୟରୁ ୪୫ଜଣଙ୍କ ମର ଶରୀର ଗଣ କବରରୁ ଉଦ୍ଧାର କରାଯାଇଛି ବୋଲି ମିଅାଁମାର ଅଧିକାରୀମାନେ କହିଛନ୍ତି। ଆହୁରି ଅଧିକ ଲୋକଙ୍କୁ ପୋତି ମାରିଦେଇଥିବା ସନ୍ଦେହରେ ଏବେ ମଧ୍ୟ ତଲାସି ଜାରି ରହିଛି ବୋଲି ମୌଙ୍ଗଦା ବର୍ଡର ଗାର୍ଡ ପୁଲିସ ହେଡକ୍ୱାର୍ଟରର ମାଜ ଜୟର ନଇନ୍ କହିଛନ୍ତି।
ରୋହିଙ୍ଗ୍ୟା ଆକ୍ରମଣରେ ୨୦୧୬-୧୭ରେ ୧୬୩ଙ୍କ ମୃତ୍ୟୁ ହୋଇଛି : ମିଅାଁମାର
/sambad/media/post_attachments/wp-content/uploads/2017/09/ro.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)