୨୦୨୧-୨୨ ବର୍ଷରେ ୩୧୬ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଅଟକଳ

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଦ୍ୱାରା ୨୦୨୧-୨୨ ବର୍ଷ ନିମନ୍ତେ ପ୍ରମୁଖ ଫସଲଗୁଡିକର ଚତୁର୍ଥ ଅଗ୍ରିମ ଅଟକଳ ଜାରି କରାଯାଇଛି। ଦେଶରେ ରେକର୍ଡ ୩୧୫.୭୨ ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଅଟକଳ କରାଯାଇଛି, ଯାହା ୨୦୨୦-୨୧ ବର୍ଷରେ ଉତ୍ପାଦିତ ଖାଦ୍ୟଶସ୍ୟ ତୁଳନାରେ ୪.୯୮ ମିଲିୟନ୍ ଟନ୍ ଅଧିକ। ଚାଉଳ, ମକା, ଚଣା, ଡାଲି ଜାତୀୟ ଶସ୍ୟ, ଧଳା ସୋରିଷ, କଳା ସୋରିଷ, ତୈଳବୀଜ ଏବଂ ଆଖୁ ରେକର୍ଡ ପରିମାଣର ଉତ୍ପାଦିତ ହେବା ଅଟକଳ କରାଯାଇଛି। କୃଷିମନ୍ତ୍ରୀ ତୋମାର କହିଛନ୍ତି ଯେ, ଏହି ରେକର୍ଡ ଉତ୍ପାଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସକ୍ଷମ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ କୃଷକ-ଅନୁକୂଳ ନୀତି ତଥା କଠିନ ପରିଶ୍ରମୀ କୃଷକ ଓ ଉଦ୍ୟମୀ ବୈଜ୍ଞାନିକମାନଙ୍କର ଅଧିକ ପରିଶ୍ରମର ଫଳ।

ଚତୁର୍ଥ ଅଗ୍ରିମ ଅଟକଳ ଅନୁସାରେ, ୨୦୨୧-୨୨ ବର୍ଷରେ ଖାଦ୍ୟଶସ୍ୟ ୩୧୫.୭୨, ଚାଉଳ ୧୩୦.୨୯, ଗହମ ୧୦୬.୮୪, ପୁଷ୍ଟିକର ଖାଦ୍ୟଶସ୍ୟ/ମୋଟା ବା ଖଦଡ଼ା ଖାଦ୍ୟଶସ୍ୟ ୫୦.୯୦, ମକା ୩୩.୬୨ ଏବଂ ଡାଲିଜାତୀୟ ଫସଲ ୨୭.୬୯ ମିଲିୟନ୍ ଟନ୍ ଉତ୍ପାଦନ ହେବ। ୨୦୨୧-୨୨ ବର୍ଷରେ ଚାଉଳ ଉତ୍ପାଦନର ମୋଟ ଅଟକଳ ରେକର୍ଡ ୧୩୦.୨୯ ମିଲିୟନ୍ ଟନ୍ କରାଯାଇଛି। ଏହା ଗତ ପାଂଚ ବର୍ଷ ମଧ୍ୟରେ ହାରାହାରି ଉତ୍ପାଦନ ୧୧୬. ୪୪ ମିଲିୟନ୍ ଟନ୍‌ରୁ ୧୩.୮୫ ମିଲିୟନ୍ ଟନ୍ ଅଧିକ। ୨୦୨୧-୨୨ ସମୟରେ ଗହମର ମୋଟ ଉତ୍ପାଦନ ୧୦୬.୮୪ ମିଲିୟନ୍ ଟନ୍ ହେବା ଅଟକଳ କରାଯାଇଛି।

ବିଭିନ୍ନ ଫସଲ ଉତ୍ପାଦନର ଅଗ୍ରିମ ଅଟକଳ ରାଜ୍ୟଗୁଡିକରୁ ପ୍ରାପ୍ତ ତଥ୍ୟ ଉପରେ ଆଧାରିତ। ଏହା ସହିତ ଅନ୍ୟ ଉତ୍ସରୁ ପ୍ରାପ୍ତ ସୂଚନା ଜରିଆରେ ଏ ସମ୍ପର୍କରେ ପୁଷ୍ଟି କରାଯାଇଛି। ଏହିଭଳି ଦୁଇ ଆଧାରକୁ ନେଇ ମୂଲ୍ୟାଙ୍କନ କରାଯାଇଛି।

ସମ୍ବନ୍ଧିତ ଖବର