ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ମଧ୍ୟରେ ଏବେ ଦେଶରେ ୩୨ଟି ବିମାନବନ୍ଦର ବନ୍ଦ ରହିଛି। ଏହି ବିମାନବନ୍ଦର ଆସନ୍ତା ମେ’ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ପ୍ରଭାବିତ ବିମାନବନ୍ଦରଗୁଡିକ ହେଉଛି ଅଦମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ବାଥିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସଲମେର, ଜାମ୍ମୁ, ଜାମନଗର, ଯୋଧପୁର, କାନ୍ଦଲା, କାଙ୍ଗ୍ରା (ଗଗଲ), କେଶୋଡ, କିଶାନଗଡ଼, କୁଲୁ ମନାଲି (ଭୁଣ୍ଟର), ଲେହ, ଲୁଧିଆନା ମୁନ୍ଦ୍ରା, ନଲିଆ, ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ (ହିରସର), ସରସ୍ୱା, ଶିମଲା, ଶ୍ରୀନଗର, ଥୋଏସ୍, ଏବଂ ଉତ୍ତରାଲାଇ।
ଏହାବ୍ୟତୀତ ବିମାନ ସଂସ୍ଥାଗୁଡ଼ିକ ମଧ୍ୟ ଯାତ୍ରୀଙ୍କ ପାଇଁ ଯାତ୍ରା ନିର୍ଦ୍ଦେଶାବଳି ଜାରି କରିଛନ୍ତି। ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଏୟାର ଇଣ୍ଡିଆ ମେ’ ୧୫ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ବିମାନ ବାତିଲ କରିଛି। ୧୦ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ମେ’ ୧୫ ପର୍ଯ୍ୟନ୍ତ ବାତିଲ ହୋଇଛି।
ଭାରତ-ପାକିସ୍ତାନ ଉତ୍ତେଜନା ବୃଦ୍ଧି ପାଇବା ପରେ ମେ ୮ ତାରିଖରେ ବିମାନବନ୍ଦର କର୍ତ୍ତୃପକ୍ଷ ୨୪ଟି ବିମାନବନ୍ଦରକୁ ବନ୍ଦ କରିଦେଇଥିଲେ ଏବଂ ପରେ ମେ ୧୫ ପର୍ଯ୍ୟନ୍ତ ବନ୍ଦକୁ ବୃଦ୍ଧି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/10/DmYB2DnuNDzk0PvSxF4E.jpg)