ଢାକା: ଆଜି ଦକ୍ଷିଣାଞ୍ଚଳ ବାଂଲାଦେଶରେ ଗୋଟାଏ ଛୋଟ ଜାହାଜରେ ନିଆଁ ଲାଗିଯିବାରୁ ଅନ୍ୟୂନ ୩୨ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

Advertisment

ଗଣମାଧ୍ୟମକୁ ସ୍ଥାନୀୟ ପୁଲିସ ମୁଖ୍ୟ ମୌଇନୁଲ୍‌ ଇସ୍‌ଲାମ୍‌ କହିଛନ୍ତି, ନଈମଝିରେ ‘ଅଭିଯାନ’ ନାମରେ ୩ ତାଲିଆ ଛୋଟ ଜାହାଜରେ ନିଆଁ ଲାଗିଥିଲା। ଆମେ ୩୨ଜଣଙ୍କ ଶବ ଉଦ୍ଧାର କରିଛୁ। ମୃତ୍ୟୁସଂଖ୍ୟ ବୃଦ୍ଧି ପାଇ ପାରେ। ଅଧିକାଂଶ ଯାତ୍ରୀ ପୋଡ଼ି ହୋଇ ମରିଥିବା ବେଳେ ନଈକୁ ଡେଇଁ ପଡ଼ିଥିବା ବାକି ଅଳ୍ପ କେତେ ଜଣଙ୍କର ମୃତ୍ୟୁ ଘଟିଛି।

publive-image Image Courtesy of The Assam Tribune

ଇସ୍‌ଲାମ୍‌ କହିଛନ୍ତି, ଜାହାଜର ଇଞ୍ଜିନ୍‌ ରୁମ୍‌ରେ ନିଆଁ ଲାଗିବା ପରେ ତାହା ଜାହାଜ ମଧ୍ୟକୁ ବ୍ୟାପି ଯାଇଥିଲା। ଯାତ୍ରୀମାନଙ୍କୁ ଧରି ଜାହାଜଟି ଢାକାରୁ ଫେରୁଥିଲା। ନିଆଁରେ ପୋଡ଼ି ଆହତ ହୋଇଥିବା ପ୍ରାୟ ୧୦୦ ଜଣଙ୍କୁ ଆମେ ବଡ଼ିସାଲ୍‌ରେ ଥିବା ଡାକ୍ତରଖାନାକୁ ପଠାଇଛୁ।

publive-image Image Courtesy of The National Bulletin

ପ୍ରାପ୍ତ ସୂଚନା ଅନୁସାରେ, ରାଜଧାନୀ ଢାକାର ଦକ୍ଷିଣ ଦିଗକୁ ୨୫୦ କିଲୋମିଟର୍‌ ଦୂରରେ ଅବସ୍ଥିତ ଦକ୍ଷିଣାଞ୍ଚଳ ଗ୍ରାମୀଣ ନଗରୀ ଝକକଠି ନିକଟରେ ଆଜି ବଡ଼ି ସକାଳୁ ଉପରୋକ୍ତ ଅଘଟଣ ଘଟିଛି।

ନଦନଦୀରେ ଛନ୍ଦି ହୋଇଥିବା ତଳମାଳିଆ ମୁହାଣ ଦେଶ ବାଂଲାଦେଶରେ ଏ ଭଳି ଅନେକ ଘଟଣା ଘଟେ। ଜାହାଜ ସବୁ ମରାମତି ନ ହେବା, ନିରାପତ୍ତା ମାନଦଣ୍ଡ ନ ଥିବା ‌ପୋତାଶ୍ରୟ ଏବଂ ସାମର୍ଥ୍ୟ ଠାରୁ ଅଧିକ ଯାତ୍ରୀ ପରିବହନ ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।