କେରଳରେ ବନ୍ୟା ସ୍ଥିତି ଭୟଙ୍କର, ୩୨ ମୃତ

ଥିରୁବନନ୍ତପୁରମ: କେରଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବନ୍ୟା ସ୍ଥିତି ଭୟଙ୍କର ହୋଇଉଠିଛି। ଦୁଇ ଦିନ ଭିତରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ଚିଥିବା ବେଳେ ପ୍ରାୟ ୧୭ ଜଣ ନିଖୋଜ ଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ପି. ବିଜୟନ କହିଛନ୍ତି ଯେ ସେନା ଏବଂ ଏନ୍‌ଡିଆର୍‌ଏଫ୍‌ ଦ୍ବାରା ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରହିଛି। ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଗଷ୍ଟ ୧୪ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର