୫୦ ଦିନରେ ଚାଲିଗଲାଣି ୩୨ ଶିଶୁଙ୍କ ଜୀବନ

ଆଗ୍ରା: ଉତ୍ତରପ୍ରଦେଶ ବଦାଉଁରେ ଏବେ ଶିଶୁ ମଡ଼କ ଦେଖିବାକୁ ମିଳିଛି | ମାତ୍ର ୫୦ ଦିନରେ ୩୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଲାଣି ଯାହାକୁ ନେଇ ଏବେ ପୁରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି | ଜିଲ୍ଲାର ମହିଳା ହସ୍ପିଟାଲର ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟ ବା ଏସଏନସିୟୁରେ ପିଲାଙ୍କର ଲଗାତାର ମୃତ୍ୟୁ ହେବାରେ ଲାଗିଛି | ଏହାକୁ ନେଇ ମୁଖ୍ୟ ଚିକିତ୍ସାଧିକାରୀ ମନଜିତ ସିଂ କହିଛନ୍ତି ଯେ ଯେଉଁ ପିଲାମାନେ ଭର୍ତ୍ତି ହୋଇଥିଲେ ସେମାନେ ଗମ୍ଭୀର ଅବସ୍ଥାରେ ପୀଡିତ ଥିଲେ , ସେମାନଙ୍କର ବଞ୍ଚିବା ଆଶା ବହୁତ କମ ଥିଲା |

ସେହିପରି ହସ୍ପିଟାଲର ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ ଏହି ମାସରେ ବହୁ ସଂଖ୍ୟାରେ ଶିଶୁ ଭର୍ତ୍ତି ହୋଇଥିଲେ | ଯେଉଁମାନଙ୍କର ଏକାଧିକ ଅଙ୍ଗ କାମ କରୁନଥିଲା | ତେବେ ଏହାକୁ ନେଇ ଶିଶୁମାନଙ୍କ ଅଭିଭାବକମାନେ ମେଡିକାଲ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଯାଇଥିବାର ଅଭିଯୋଗ ଆଣିଛନ୍ତି |

ଡାକ୍ତରଙ୍କ କହିବା କଥା ଯେ ଶିଶୁଙ୍କର ସ୍ୱାସ୍ଥ୍ୟ ଖରାପ ହେବାମାତ୍ରେ ଅଭିଭାବକମାନେ ସେମାନଙ୍କୁ ତତକ୍ଷଣାତ ଡାକ୍ତରଖାନା ନ ଆଣି ଘରେ ଚିକିତ୍ସା କରାଉଛନ୍ତି | ଅବସ୍ଥା ଗୁରୁତର ହେଲେ ଡାକ୍ତରଖାନାକୁ ଆଣୁଛନ୍ତି ଯାହାଫଳରେ ଶେଷ ମୁହୂର୍ତ୍ତରେ ପିଲାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରୁନାହିଁ |

ସମ୍ବନ୍ଧିତ ଖବର