ଦିଲ୍ଲୀରେ ଉତ୍କଟ ହେଉଛି ବାୟୁ ପ୍ରଦୂଷଣ: ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିପାରିଲା ନାହିଁ ୩୨ ଯାତ୍ରୀବାହୀ ବିମାନ

ନୂଆଦିଲ୍ଲୀ: ଦୀପାବଳି ପରେ ପରେ ରାଜଧାନୀ ନୂଆଦିଲ୍ଲୀରେ ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣ କ୍ରମଶଃ ଉତ୍କଟ ହେବାରେ ଲାଗିଛି। ବାୟୁ ପ୍ରଦୂଷଣ କାରଣରୁ ଦିଲ୍ଲୀରେ ପାଗ ଖରାପ ହେବା ସହ ଘନ କୁହୁଡ଼ି ସୃଷ୍ଟି ହେବା ଯୋଗୁଁ ଦିନରେ ମଧ୍ୟ କିଛି ଦେଖାଯାଉ ନାହିଁ। ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ୩୨ ଯାତ୍ରୀବାହୀ ବିମାନ ଅବତରଣ କରିବାରେ ଅସମର୍ଥ ହେବାପରେ ସେମାନଙ୍କୁ ଜୟପୁର, ଅମୃତସର ଓ ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ କରିବା ପାଇଁ ପଠାଇ ଦିଆଯାଇଛି।

Deccan Herald

ସେହିପରି ଦିଲ୍ଲୀ ଗୌତମ ବୁଦ୍ଧ ନଗରର ସମସ୍ତ ବିଦ୍ୟାଳୟଗୁଡ଼ିକୁ ଆସନ୍ତା ୫ ତାରଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର